ସୀମା-ସଚିନଙ୍କ ପ୍ରେମକାହାଣୀରେ ନୂଆମୋଡ଼। ସନ୍ଦେହ ପରେ ସୀମାଙ୍କୁ ଏଟିଏସର ଜେରା

635

କନକ ବ୍ୟୁରୋ: ସୀମା ହାଇଦର । ଏହି ପାକିସ୍ତାନୀ ମହିଳା ଆଜିକାଲି କେବଳ ବେଶ ଚର୍ଚ୍ଚାରେ ଅଛନ୍ତି । ଯେବେଠୁ ନିଜ ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଥିବା କଥାର ଖୁଲ୍ଲାସା ହୋଇଛି ସେବେଠୁ ସୀମା ଓ ସଚିନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପାକିସ୍ତାନ ଓ ଭାରତର ତିକ୍ତତାପୂର୍ଣ୍ଣ ସମ୍ପର୍କ ଭିତରେ ଏମାନଙ୍କ ପ୍ରେମକୁ ମଧ୍ୟ ସହେନ୍ଦ ଦୃଷ୍ଟିରେ ଦେଖାଯାଉଛି । ସୀମାଙ୍କ ଦାବି ସେ ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଛନ୍ତି ହେଲେ ଅନ୍ୟପଟେ ଏହା ପଛରେ ଭାରତ ବିରୋଧରେ ପାକିସ୍ତାନର କୌଣସି ବଡ ଷଡଯନ୍ତ୍ର ଥିବା ଦାବି ମଧ୍ୟ ହେଉଛି । ଏହା ଭିତରେ ସୋମବାର ସୀମାକୁ ଘରୁ ଲକ୍ଷେ୍ନø ଏଟିଏସ ଉଠାଇ ନେଇ ଜେରା କରିଥିବା ଜଣାପଡିଛି । ସୀମା ହାଇଦର ପାକିସ୍ତାନରୁ କିପରି ଭାରତ ଆସିଲେ ଏନେଇ ଉତରପ୍ରଦେଶର ଏଟିଏସ ଯାଂଚ କରିବ । ସୀମା ହାଇଦର ଆଇଏସଆଇ ଏଜେଂଟ ବୋଲି ସନ୍ଦେହ ପ୍ରକାଶ କରିଛି ୟୁପି ଏଟିଏସ ।

ସୀମାକୁ ନେଇ ଗୋଟେ ପରେ ଗୋଟେ କଥାର ଖୁଲ୍ଲାସା ହେଉଛି । ପାକିସ୍ତାନୀ ମହିଳାଙ୍କ ଭାଇ ଓ ଦାଦା ପାକିସ୍ତାନ ସେନାରେ ଥିଲେ । କିଛି ଦିନ ପୂର୍ବରୁ ଆଉ ଜଣେ ପାକିସ୍ତାନୀ ମହିଳା କହିଥିଲେ ସୀମା ଜଣେ ମାନସିକ ରୋଗୀ । ଏଭଳି ବିଭିନ୍ନ ଚର୍ଚ୍ଚା ଭିତରେ ଭାରତରେ ସୀମାଙ୍କ ରହଣୀକୁ ନେଇ ବିରୋଧ ଆରମ୍ଭ ହେଲାଣି । ଗୌ ରକ୍ଷା ହିନ୍ଦୁ ଦଳ ୭୨ଘଂଟା ଭିତରେ ସୀମାକୁ ପାକିସ୍ତାନ ନପଠାଇଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

ସୀମାକୁ ପାକିସ୍ତାନ ଫେରାଇ ଦେବାକୁ ସୀମା ଆରପାରି ବାରମ୍ବାର ଧମକ ଆସୁଛି । କେତେବେଳେ ଡାକୁ ଭିଡିଓ ଜାରି କରି ଧମକ ଦେଉଛନ୍ତି ତ ପୁଣି କେବେ ସୀମା ସେପଟୁ ମୁମ୍ବାଇ ପୁଲିସକୁ ମିଳୁଛି ଧମକ । ସେପଟେ ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିର ଓ ହିନ୍ଦୁଙ୍କ ଘର ଉପରକୁ ଆକ୍ରମଣ ଆରମ୍ଭ ହୋଇଛି । ଅନ୍ୟପଟେ ସୀମାକୁ ଫେରାଇଦେବାକୁ ଭିଡିଓ ଜାରି କରି ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ।