ରାଜସ୍ଥାନ ରାଜନୀତିର ନୂଆ ମୋଡ । ସୁପ୍ରିମକୋର୍ଟଙ୍କ ରାୟ ପରେ ଆଜି ବିଦ୍ରୋହୀ ବିଧାୟକ ପ୍ରସଙ୍ଗରେ ଶୁଣାଣି କରିବେ ହାଇକୋର୍ଟ , ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବ କଂଗ୍ରେସ

217

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ପ୍ରତି ଦିନ ନୂଆ ନୂଆ ମୋଡ ନେଉଛି । ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା ନୋଟିସ ମାମଲା ଏବେ ନୂଆ ମୋଡ ନେଇଛି । ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥବା ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ମିଳିଛି ବଡ ଝଟକା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ରାୟ ଉପରେ କୌଣସି ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି । ତେବେ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟ ରାୟ ଅଧିନରେ ହିଁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ଆଜି ରାୟ ଶୁଣାଇବେ ।

ସୋମବାର ଦିନ ଏହି ମାମଲାରେ ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବାଚସ୍ପତିଙ୍କ ନୋଟିସ ବିରୋଧରେ ଦାଖଲ ଆବେଦନ ଉପରେ ହାଇକୋର୍ଟଶୁଣାଣ କରିପାରିବେ କି ନାହିଁ ସେନେଇ ସୋମବାର ଶୁଣାଣି ହେବ । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ଖୁବଶୀଘ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବ ଏବଂ ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । କଂଗ୍ରେସ ବିଧାୟକମାନେ ଏକଜୁଟ୍ ଅଛନ୍ତି ଏବଂ ସ୍ୱାଧୀନ ବିଧାୟକମାନଙ୍କ ସମର୍ଥନ ମଧ୍ୟ ସରକାରଙ୍କ ପ୍ରତି ରହିଛି ବୋଲି ଗେହଲଟ୍ କହିଛନ୍ତି ।