କାରାଟଲେନ-ତନିସ୍କର ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ । ପୂର୍ବାଞ୍ଚଳରେ ମୋଟ ଷ୍ଟୋର ସଂଖ୍ୟା ୨୦ରେ ପହଞ୍ଚିଲା 

173

କନକ ବ୍ୟୁରୋ : କାରାଟଲେନ-ତନିସ୍କ ଏକ ସହଭାଗୀରେ ରାଉରକେଲା ଠାରେ ନୂଆ ଷ୍ଟୋରର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ପଦ୍ଧତିରେ ସପିଂ କରାଉଥିବା ଭାରତର ଅଗ୍ରଣୀ ଜୁଏଲାରୀ ରାଉରକେଲା ଠାରେ ପ୍ରଥମ ଷ୍ଟୋର ଖୋଲି ପୂର୍ବାଞ୍ଚଳରେ  ଏହାର ରିଟେଲ୍ ଉପସ୍ଥିତିକୁ ବୃଦ୍ଧି କରିଛି । ଏହି ଷ୍ଟୋରଟି ବିସ୍ରା ରାସ୍ତାରେ ଅବସ୍ଥିତ, ଯାହା ଗ୍ରାହକଙ୍କ ପାଇଁ ଏକ ସପିଂ ଗନ୍ତବ୍ୟସ୍ଥଳ ।

କାରାଟଲେନ ରିଟେଲ୍ ଏକ୍ସପାନସନ ବର୍ଷ ସାରା ଜାରି ରହିଛି ଏବଂ ଏହି ଷ୍ଟୋରର ଶୁଭାରମ୍ଭ ସହିତ ବର୍ତମାନ ସୁଦ୍ଧା ସାରା ଭାରତରେ ୯୯ ଟି ଷ୍ଟୋରରେ ପହଂଚିଛି । ଏହି ଷ୍ଟୋରଟି ୧୦୦୦ ବର୍ଗଫୁଟ ପରିମିତ ଏରିଆରେ ମଧ୍ୟରେ ପରିବ୍ୟାପ୍ତ, ଏଥିରେ ପ୍ରାୟ ୧୦୦୦ର ଅନନ୍ୟ ଡ଼ିଜାଇନ ରହିଛି । ଏଠାରେ ଥିବା ପ୍ରତ୍ୟେକ ଡ଼ିଜାଇନରେ ଏକ କାହାଣୀ ଲୁଚି ରହିଛ ଯାହା ସମସ୍ତଙ୍କୁ ବିସ୍ମିତ କରିବ ନିଶ୍ଚିତ ।

ଏହି ଷ୍ଟୋରର ବିଶେଷତ୍ୱ ହେଉଛି ଏକ ସଲିଟାୟାର ଲାଉଞ୍ଜ, ଅଳଙ୍କାର ବିଶେଷଜ୍ଞଙ୍କ ଏକ ଅତ୍ୟନ୍ତ ସହାୟକ ଦଳ ଏବଂ ପାରମ୍ପରିକ ଭାରତୀୟ ଅଳଙ୍କାରର ଅନନ୍ୟ ଡ଼ିଜାଇନ । ଆଧୁନିକ ଓ ସମସାମୟିକ ଅଳଙ୍କାର ପାଇଁ ସର୍ବଦା ସଜାଗ ଥିବା ସବୁ ମହିଳାଙ୍କୁ ସୁସଜ୍ଜିତ କରିବା ପାଇଁ ଏହି ଷ୍ଟୋରଟି ଡ଼ିଜାଇନ୍ କରାଯାଇଛି ।

ଏହି ଅବସରରେ କାରାଟଲେନ୍ର ପ୍ରତିଷ୍ଠାତା ତଥା ସିଇଓ ମିଥୁନ ସାକେତି କହିଛନ୍ତି, ରାଉରକେଲାରେ ଆମର ପ୍ରଥମ ଷ୍ଟୋର ଶୁଭାରମ୍ଭ କରି ଆମେ ବହୁତ ଖୁସି । ଅଧିକରୁ ଅଧିକ ଗ୍ରାହକଙ୍କ ପାଇଁ ସୁନ୍ଦର ଅଳଙ୍କାର ଉପଲବ୍ଧ କରାଇବା ଆମର ସର୍ବଦା ପ୍ରୟାସ । ଆମେ ମଧ୍ୟ ଗ୍ରାହକଙ୍କୁ ଏକ ସର୍ବଭାରତୀୟ ଅଭିଜ୍ଞତା ପ୍ରଦାନ କରିବାକୁ ଚାହୁଁଛୁଯେ ସେମାନେ ଅନଲାଇନରେ ଡ଼ିଜାଇନ୍ ବ୍ରାଉଜ୍ କରିପାରିବେ ଏବଂ ତା ପରେ ରାଉରକେଲାର ନୂତନ ଷ୍ଟୋରରେ ଅଳଙ୍କାରର ଅନୁଭବ ପାଇପାରିବେ ।

ରାଉରକେଲାର ଜଣେ କାରାଟଲେନ୍ ଗ୍ରାହକ ଶ୍ରୀମତୀ ନମିତା ସେନାପତି କହିଛନ୍ତି ଆମେ ବିସ୍ରା ରୋଡ଼ରେ ଥିବା ସୁନ୍ଦର କାରାଟଲେନ୍ ଶୋ’ ରୁମ୍ ପରିଦର୍ଶନ କରିଥିଲୁ । ଡ଼ିଜାଇନଗୁଡ଼ିକ ପ୍ରକୃତରେ ସୂକ୍ଷ୍ମ ଏବଂ ଆମେ ନିଶ୍ଚିତ ଭାବରେ ସେଠାକୁ ଆଉଥରେ ଯିବୁ । କଲେକ୍ସନଗୁଡ଼ିକ ଚମକ୍ରାର ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ।

ସିନିଅର ଭାଇସ୍ ପ୍ରେସିଡ଼େଂଟ ଅତୁଲ ସିହ୍ନା କହିଛନ୍ତି, କାରାଟଲେନ୍ ଏହାର ଅପୂର୍ବ ଉତ୍ପାଦ ଡ଼ିଜାଇନ ଏବଂ ବିଶ୍ୱ ସ୍ତରୀୟ ସପିଂ ଅଭିଜ୍ଞତା ପାଇଁ ପ୍ରସିଦ୍ଧ । ରାଉରକେଲାର ଆମର ପ୍ରଥମ ଷ୍ଟୋର ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନିତ କରେ ।