ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ ନୂଆ ଏସଓପି

Advertisment
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିବ ନୂଆ ଏସ୍ଓପି  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ବସିବ  । ନୂଆ ବ୍ୟବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ । ସପ୍ତାହନ୍ତ ସଟଡାଉନ୍ ଯୋଗୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହନ୍ତ ସଟଡାଉନକୁ ହଟାଇ ଦିଆଯାଇଛି  । ତେଣୁ ଶନିବାର ଓ ରବିବାର ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ  । ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି  । ସଂଧ୍ୟା ୭ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିପାରେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe