କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିବ ନୂଆ ଏସ୍ଓପି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ବସିବ । ନୂଆ ବ୍ୟବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ । ସପ୍ତାହନ୍ତ ସଟଡାଉନ୍ ଯୋଗୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହନ୍ତ ସଟଡାଉନକୁ ହଟାଇ ଦିଆଯାଇଛି । ତେଣୁ ଶନିବାର ଓ ରବିବାର ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସଂଧ୍ୟା ୭ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିପାରେ ।
ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ ନୂଆ ଏସଓପି
/kanak/media/post_attachments/wp-content/uploads/2020/12/Puri-Jagannath-temple.jpg)