ବଜାରକୁ ଆସୁଛି ନୂଆ କଏନ: ସହଜରେ ଚିହ୍ନିଟ କରିପାରିବେ ଦୃଷ୍ଟିହୀନ…ଜାଣନ୍ତୁ କେଉଁ କେଉଁ ନୂଆ କଏନ ଆସୁଛି

614

କନକ ବ୍ୟୁରୋ: ମାର୍କେଟକୁ ଆସିବ ନୂଆ କଏନ । ଖୁବଶୀଘ୍ର ବଜାରରେ ପ୍ରଚଳିତ ହେବ ନୂଆ କଏନ । ମାର୍କେଟକୁ ନୂଆ ଆସିବା ନେଇ ଆଜି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ୧ ଟଙ୍କିଆ, ୨ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୂଆ କଏନ ମାର୍କେଟକୁ ଆସୁଛି । ନୂଆ କଏନ ଦୃଷ୍ଟିହୀନଙ୍କ ପାଇଁ ବେଶି ସୁବିଧା ହେବ । ଦୃଷ୍ଟିହୀନମାନେ କଏନ ସବୁକୁ କେମିତି ସହଜରେ ଚିହ୍ନଟ କରିପାରିବେ ସେଥିପାଇଁ ବଜାରକୁ ନୂଆ କଏନ ଆସିବ । ଦୃଷ୍ଟିହୀନ ବ୍ୟକ୍ତି କଏନ ଧରି ସଠିକ ଜାଣି ପାରନ୍ତିନି ଉକ୍ତ କଏନର ମୂଲ୍ୟ । ଫଳରେ ସେମାନେ ଅନେକ କ୍ଷେତ୍ରରେ ଠକାମୀର ଶିକାର ମଧ୍ୟ ହୁଅନ୍ତି । ତେଣୁ ସେ ସବୁକୁ ରୋକିବାକୁ ମାର୍କେଟକୁ ନୂଆ କଏନ ଆସୁଛି । ଯାହା ଦୃଷ୍ଟିହୀନଙ୍କ ପାଇଁ ଅଧିକ ଫାଇଦା ହେବ ।

ମାର୍କେଟକୁ ଆସୁଥିବା ନୂଆ କଏନକୁ ୭ ମାର୍ଚ୍ଚ ୨୦୧୯ରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ତେବେ ନୂଆ କଏନ ଖୁବ ଶୀଘ୍ର ବଜାରକୁ ଆସିବ ବୋଲି ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।