କ୍ରୁଜ୍ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସୁଛି ନୂଆ ଦିଗ: ନୋଟିସ ପରେ ଏନସିବିରେ ହାଜର ହେଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ 

212

କନକ ବ୍ୟୁରୋ: ମୁମ୍ୱାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ସମୟ ବଢିବା ସହିତ ନୂଆ ନୂଆ ଚେର ଖୋଜିଲାଣି ଏନସିବି । ଗୁରୁବାର ଏନସିବି ଟିମ୍ ଶାହାରୁଖଙ୍କ ଘର ମନ୍ନତ ଏବଂ ଅନନ୍ୟା ପାଣ୍ଡେଙ୍କ ଘରେ ନୋଟିସ ଲଗେଇଥିଲା । ନୋଟିସ ପରେ ଏନସିବି ନିକଟରେ ହାଜର ହୋଇଛନ୍ତି ଅନନ୍ୟା ପାଣ୍ଡେ । ସେପଟେ ଆରଥର ରୋଡ ଜେଲରେ ପୁଅ ଆରୟନକୁ ଭେଟିଛନ୍ତି ଶାହାରୁଖ । ବାପ-ପୁଅଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ ଧରି କଥାବାର୍ତା ହୋଇଥିଲ।। ସ୍ପେଶାଲ କୋର୍ଟରୁ ଜାମିନ୍ ନେଇ ବାରମ୍ୱାର ବଂଚିତ ହେବାପରେ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଆରୟନଙ୍କ ଓକିଲ ।

ମୁମ୍ୱାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗୁରୁବାର ଏହି ତିନୋଟି ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ପୁରା ମାୟାନଗରୀ ବି ଥମ୍ ହୋଇଯାଇଛି । କାରଣ ଗତ ଅକ୍ଟୋବର ୨ ତାରିଖର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କୁ ମିଳୁନି ଜାମିନ୍ । ଏହାରି ଭିତରେ ତଦନ୍ତରେ ସାମ୍ନାକୁ ଆସିଥିଲା ଆରୟନଙ୍କ ମୋବାଇଲର ଡ୍ରଗ୍ସ ଚାର୍ଟ । ଯାହାକୁ ନେଇ ଆରୟନଙ୍କ ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକୁ ଖୋଜୁଛି ଏନସିବି ଟିମ୍ । ସେଥିପାଇଁ ଏନସିବି ଟିମ୍ ମନ୍ନତରେ ନୋଟିସ ଲଗାଇଛି ।

-ଆରୟନଙ୍କ ଅଡୁଆ ବଢାଉଛି ହ୍ୱାଟସଆପର ଡ୍ରଗ୍ସ ଚାଟ୍

-ଚାଟରେ ଅଛି ବ୍ଲାଷ୍ଟ ଓ ବଲକ୍ ଭଳି ଶବ୍ଦ

-ଏନସିବି ନିକଟରେ ଆରୟନ ଓ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସଆପ ଚାଟ

-ଆରୟନ-ଅନନ୍ୟାଙ୍କ ଡ୍ରଗ୍ସ ଚାଟ ନେଇ ଖୋଳତାଡ କରୁଛି ଏନସିବି

ଏନସିବି ହାତରେ ଆରୟନ ଓ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସ୍ ଆପ ଚାଟ ଲାଗିବା ମାମଲାକୁ ଅଡୁଆ ଭିତରକୁ ନେଉଛି । ସେପଟେ ଘଟଣାରେ ବଲିଉଡ ଷ୍ଟାର ଚୁନକି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ନାଁ ଆସିବା ପରେ ଏନସିବିରେ , ଅନନ୍ୟାଙ୍କ ଘରେ ପହଁଚି ହାଜର ହେବାକୁ ନୋଟିସ କରିଥିଲା । ଏନସିବିର ଦୁଇଟି ନୋଟିସ ପରେ ଏନସିବିରେ ଗୁରୁବାର ହାଜର ହୋଇଛନ୍ତି ଅନନ୍ୟା ପାଣ୍ଡେ । ଏନସିବି ତାଙ୍କୁ ଏହି ଡ୍ରଗ୍ସ ଚାର୍ଟ ସମ୍ପର୍କରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିବା ଜଣାପଡିଛି ।

ଗତ ଅକ୍ଟୋବର ୨ ତାରିଖରୁ ମୁମ୍ୱାଇ ଡ୍ରଗ୍ସ କାଣ୍ଡ ଘଟଣାରେ ଗିରଫ ହେଲେଣି ଆରୟନ ଖାନ । ଏଯାଏଁ ତାଙ୍କୁ ଜାମିନ୍ ମିଳିନାହିଁ । ସ୍ପେଶାଲ କୋର୍ଟରେ ବାରମ୍ୱାର ଜାମିନ୍ ଖାରଜ ପରେ ଆରୟନଙ୍କ ଓକିଲ ସତୀଶ ମାନସିନେ୍ଧ ଆରୟନଙ୍କୁ ଜାମିନ୍ ପାଇଁ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ମଙ୍ଗଳବାର ଆରୟନଙ୍କ ଜାମିନ୍ ନେଇ ବମ୍ୱେ ହାଇକୋର୍ଟରେ ଶୁଣାଣି ହେବ ବୋଲି ଜଣାପଡିଛି । ଏଥର ଜାମିନ୍ ମିଳିବା ନେଇ ସେ ବେଶ୍ ଆଶାବାଦୀ ।

ଏସବୁ ଭିତରେ ଗୁରୁବାର ବଲିଉଡ ଷ୍ଟାର ଶାହାରୁଖ ଖାନ ପହଁଚିଥିଲେ ଆର୍ଥର ରୋଡ ଜେଲରେ । କ୍ରୁଜ ଡ୍ରଗ୍ସ କାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି ଆରୟନ ଖାନ । ଶାହାରୁଖ ଆର୍ଥର ରୋଡ୍ ଜେଲରେ ପହଁଚିବା ସମୟରେ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ତାଙ୍କୁ ଭିଡ ଏଡାଇ ବାଟ କଢାଇ ନେଇଥିଲେ । ଜେଲ ଭିତରେ ଶାହାରୁଖ , ଆରୟନଙ୍କୁ ଭେଟିଥିଲେ ।

– ଆର୍ଥର ରୋଡ ଜେଲରେ ଆରୟନଙ୍କୁ ଭେଟିଲେ ଶାହାରୁଖ

– ୧୫ ମିନିଟ ଧରି ଆରୟନଙ୍କ ସହ କଥା ହେଲେ ଶାହାରୁଖ

– କାଚ କାନ୍ଥର ଏପଟରେ ଥାଇ ପୁଅକୁ ଦେଖିଲେ ଶାହାରୁଖ

– ଆରୟନ ହାଜତକୁ ଆସିବା ପରେ ପ୍ରଥମ ଥର ପୁଅକୁ ଭେଟିଲେ ଶାହାରୁଖ

ଶାହାରୁଖ ଖାନ୍ ପୁଅକୁ ଆର୍ଥର ରୋଡ୍ ଜେଲରେ ଭେଟିବା ପରେ ମାୟାନଗରୀର ନଜର କେବେ ଆରୟନଙ୍କୁ ମିଳିବ ଜାମିନ୍ । ସେପଟେ ଏହି ମାମଲାରେ ଆରୟନ ଖାନଙ୍କୁ ଲାଗିଛି ଆଉ ଏକ ଝଟକା । ଆସନ୍ତା ଅକ୍ଟୋବର ୩୦ ତାରିଖ ଯାଏଁ ଆରୟନଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବୃଦ୍ଧି କରିଛନ୍ତି ସ୍ପେଶାଲ କୋର୍ଟ । ଏନସିବିର ଆବେଦନ ପରେ ଏନେଇ ଗୁରୁବାର ଶୁଣାଣି କରି ଆରୟନଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବଢାଇ ଦେଇଛନ୍ତି କୋର୍ଟ । ଫଳରେ ଯଦି ବମ୍ୱେ ହାଇକୋର୍ଟରୁ ଆସନ୍ତା ମଙ୍ଗଳବାର ଆରୟନଙ୍କ ୁଜାମିନ୍ ନମିଳେ, ତେବେ ଅକ୍ଟୋବର ୩୦ ଯାଏ ଆର୍ଥର ରୋଡ ଜେଲରେ ରହିବେ ଆରୟନ ।