ଭାରତରେ ଡିଜିଟାଲ କ୍ଷେତ୍ରର ଲଗାତାର ବଦଳୁଛି ରୂପରେଖ, ଆଣିଛି ନିଯୁକ୍ତି ସୁଯୋଗ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

79

କନକ ବ୍ୟୁରୋ : ଭାରତରେ ଡିଜିଟାଲ କ୍ଷେତ୍ରର ରୂପରେଖ ଲଗାତାର ବଦଳୁଛି । ଡିଜିଟାଲ ପେମେଣ୍ଟ, ବିଭିନ୍ନ କ୍ଷେତ୍ରରେ ଡିଜିଟାଲାଇସେଜନ ଯୋଗୁଁ ନିଯୁକ୍ତି ସୃଷ୍ଟି ହେଉଛି । ଦିଲ୍ଲୀରେ ଆୟୋଜିତ ଦୁଇଟି ଅଲଗା କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡିଜିଟାଲ ରୂପାନ୍ତର ଓ ଶିକ୍ଷାର ଅନ୍ତର୍ଜାତୀୟକରଣ, ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଫିକି ସ୍କିଲ ଡିଭିଜନ ପକ୍ଷରୁ ଆୟୋଜିତ ୧୩ତମ ବିଶ୍ୱ ଦକ୍ଷତା ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ।

ଏଥିରେ ସାମିଲ ହୋଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶରେ ଡିଜିଟାଲ ଲାଇଫଷ୍ଟାଇଲ ଏକ ନୂଆ ରୂପ ନେଉଛି । ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜିର କାର୍ଯ୍ୟକାରିତା ସହ ଡିଜିଟାଲ ପେମେଂଟରେ ଭାରତ ବିଶ୍ୱରେ ଅଗ୍ରଣୀ ହେବ । ଆଗାମୀ ଦିନରେ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଦେଶର ଅର୍ଥନୀତିକୁ ଅଧିକ ମଜବୁତ କରିବା ପାଇଁ ମାନବ ସମ୍ବଳକୁ ଶିକ୍ଷିତ ଓ ଦକ୍ଷ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅନ୍ତର୍ଜାତୀୟ କନକ୍ଲେଭରେ ଅଷ୍ଟ୍ରେଲିଆର ପ୍ରମୁଖ ଡିକିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଆନ ମାର୍ଟି, ଭରତର ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି, ଭାରତ ଓ ଅଷ୍ଟ୍ରେଲିଆର ଖ୍ୟାତିସଂପନ୍ନ ଶିକ୍ଷାବିତ ସାମିଲ ହୋଇଥିଲେ ।