ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ରାଜ୍ୟରେ ମୋଟ୍ ୩୧ଟି କୋଭିଡ୍ ହସ୍ପିଟାଲରେ ୫ ହଜାର ୧୭୬ ଶଯ୍ୟା ପ୍ରସ୍ତୁତ, ସଙ୍କଟ ସମୟରେ ସରକାରଙ୍କୁ ସହଯୋଗ କରିବାକୁ ସୁବ୍ରତଙ୍କ ଅନୁରୋଧ ।

Advertisment
ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ରାଜ୍ୟରେ ମୋଟ୍ ୩୧ଟି କୋଭିଡ୍ ହସ୍ପିଟାଲରେ ୫ ହଜାର ୧୭୬ ଶଯ୍ୟା ପ୍ରସ୍ତୁତ, ସଙ୍କଟ ସମୟରେ ସରକାରଙ୍କୁ ସହଯୋଗ କରିବାକୁ ସୁବ୍ରତଙ୍କ ଅନୁରୋଧ ।

କନକ ବ୍ୟୁରୋ: ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲର ଉଦଘାଟନ କରିଛନ୍ତି । ଆଜିଠାରୁ ଏହି ହସ୍ପିଟାଲ ବିଧିବଦ୍ଧ ଭାବେ କାର୍ଯ୍ୟ କରିଛି । ଏହି କୋଭିଡ ହସ୍ପିଟାଲରେ ୨୦୦ ଶଯ୍ୟା ଓ ୨୦ଟି ଆଇସିୟୁ ରହିଛି । ଏହି ହସ୍ପିଟାଲ ପାଇଁ ଭିମସାର ୫୦ ଜଣ ଅଭିଜ୍ଞ ପ୍ରଫେସର, ସରକାରୀ ପ୍ରଫେସର, ଆବାସିକ ଡାକ୍ତରଙ୍କୁ ଏହି ହସ୍ପିଟାଲରେ ନିୟୋଜିତ କରାଯାଇଛି ।

ତେବେ ପ୍ରତିଦିନ ୩ଟି ସ୍ପିଫ୍ଟରେ ଡକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ କାର୍ଯ୍ୟ କରିବେ । ଡାକ୍ତରମାନେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସ ଓ କିଛି ବଛା ବଛା ହୋଟେଲ ବ୍ୟବସ୍ଥା କରାଯାଇଛି । ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ଓ ସିଡିଏମଓ ଉପସ୍ଥିତ ରହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏବେ ୫ଟି ଆଇସିୟୁ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଆଗାମୀ ୧୫ ଦିନରେ ବଲାଙ୍ଗୀରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ସେପଟେ ଏହାକୁ ମିଶାଇ ରାଜ୍ୟରେ କୋଭିଡ୍ ହସ୍ପିଟାଲ ସଂଖ୍ୟା ବର୍ତ୍ତମାନ ୩୧କୁ ଛୁଇଁବା ସହ ମୋଟ୍ ଶଯ୍ୟା ସଂଖ୍ୟା ୫ ହଜାର ୧୭୬କୁ ବୃଦ୍ଧି ପାଇଛି । ତେଣୁ ଯେଉଁମାନେ ବାହାରୁ ଆସିଛନ୍ତି କିମ୍ବା କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି ସେମାନେ ତୁରନ୍ତ ୧୦୪କୁ କଲ କରନ୍ତୁ ନଚେତ ସ୍ୱଇଚ୍ଛାରେ ନମୂନା ପରୀକ୍ଷା କରିବାକୁ ବାରମ୍ବାର ସରକାର ଅନୁରୋଧ କରୁଛନ୍ତି କାରଣ ଆପଣଙ୍କ ସଚେତନତା ଏବଂ ସହଯୋଗ ପାଇଲେ ଆମେ କରୋନା ଲଢ଼େଇରେ ବିଜୟ ହେବା ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe