କନକ ବ୍ୟୁରୋ : ବୋରୱେଲ ଭିତରେ ନବଜାତ ଶିଶୁ । ସମ୍ବଲପୁର ରେଂଗାଲି ଅଂଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଏକ ଜଙ୍ଗଲରେ ନଳକୂଆ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଛି । ତେବେ ଶିଶୁଟି କେମିତି ପଡ଼ିଲା, ସେ ନେଇ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଶିଶୁଟିକୁ କେହି ଜଣେ ଆଣି ଫୋପାଡ଼ି ଦେଇଛି । ସୂଚନା ଅନୁସାରେ, ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ଶିଶୁକୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି ।
ସମ୍ବଲପୁରରେ ଅଭାବନୀୟ ଘଟଣା । ୨୦ ଫୁଟ୍ ବୋରୱେଲ ଭିତରେ ନବଜାତ ଶିଶୁ
/kanak/media/post_attachments/wp-content/uploads/2023/12/43.jpg)