ନୂଆ ବର୍ଷରେ ଜୀ-ସାର୍ଥକରେ ନୂଆ ଆରମ୍ଭ: ଜାନୁଆରୀରୁ ଦେଖିବେ ୩ଟି ନୂଆ କାର୍ଯ୍ୟକ୍ରମ

55

କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ନୂଆ ଆରମ୍ଭ କରିଛି ଦୁଇଟି ମେଗା ଧାରାବାହିକ ଓ ଗୋଟିଏ ରିୟାଲିଟି ଶୋ ସହିତ ଅଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,-ଜୀ-ସାର୍ଥକ ସଂସାର ଡବଲ୍ସ ଲିଗ୍’, ‘ମଧୁର ସଂସାର’ ଓ ‘ଶ୍ରୀ’।

ଜାନୁଆରୀ ୨୦ ତାରିଖରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ ରୁ ଦେଖିବେ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,- ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଏକ ରୋମାଞ୍ଚକର ପ୍ରତିଯୋଗିତାରେ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଡି ହୋଇ ନିଜ ସବୁଠାରୁ ଭଲ ପ୍ରଦର୍ଶନ ଦେଇ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଟାଇଟଲ୍ ବିଜେତା ହେବେ । ଜୀ-ସାର୍ଥକ ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବେ । ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରିବେ।

ଜାନୁଆରୀ ୨୨ ତାରିଖରୁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ରୁ ଦେଖିବେ ମେଗା ଧାରାବାହିକ ‘ମଧୁର ସଂସାର’। ଆଦର୍ଶ ଯୌଥ ପରିବାର ନହେଲେ ବି ଏକ ଓଡିଆ ଦାସ ପରିବାରର କାହାଣୀ ଦେଖିବାକୁ ପାଇବେ ଦର୍ଶକ । ମଧୁ ଜଣେ ସରଳ ଓ ଖୋଲା ମନୋଭାବୀ ଝିଅ ପାଇଛନ୍ତି ମାନସ ଯିଏ କି ସାମାଜିକ ମୂଲ୍ୟବୋଧକୁ ଗୁରୁତ୍ବ ଦେଉଥିବା ଜଣେ ପୁଅ କୁ ତେବେ ସେମାନଙ୍କ ଯୌଥ ପରିବାର ମଧୁର ହୋଇପାରିବ କି ନାହିଁ ତାହା ହେଉଛି ‘ମଧୁର ସଂସାର’ର ମୂଳ ବିଷୟବସ୍ତୁ। ଭକ୍ତି ପଟ୍ଟନାୟକ ମଧୁ ରୂପରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ରହିବେ ଓଡିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟକ ଆଦିତ୍ୟ ଯିଏ ଦେଖା ଦେବେ ମାନସ ଭୂମିକାରେ ।ଜାନୁଆରୀ ୨୨ ସନ୍ଧ୍ୟା ୮ରୁ ହେବାକୁ ଯାଉଛି ମେଗା ଧାରାବାହିକ ‘ଶ୍ରୀ’। ନିଜ ପିତା ମାତାଙ୍କ ସମାଜରେ ସମ୍ମାନ ରକ୍ଷା କରିବା ପାଇଁ ନିଜର ଭଉଣୀର ଝିଅ ମିଠିକୁ ଆପଣେଇ ନିଅନ୍ତି ଓ ନିଜେ ଚାକିରି କରି ମିଠିର ସବୁ ଦ୍ଵାୟୀତ୍ଵ ନିଅନ୍ତି । ସମୟକ୍ରମେ ଜଣେ ବଡ଼ ବ୍ୟବସାୟୀ ରାଜ୍ ଙ୍କୁ ଭେଟନ୍ତି ଯିଏ ନିଜେ କାମ କରୁଥିବା ଅଫିସର ବସ୍ ଓ ଧୀରେ ଧୀରେ ରାଜ ଓ ଶ୍ରୀଙ୍କ ମଧ୍ୟରେ ପ୍ରେମ ଗଢିଉଠିଛି କିନ୍ତୁ ସେମାନଙ୍କର ପ୍ରେମ ସାମାଜିକ ଭାବନାକୁ ନେଇ ଅସୁବିଧାର ସମ୍ମୁଖୀନ ହୁଏ, ସେପଟେ ମିଠିର ଦ୍ଵାୟୀତ୍ଵ ତେବେ କାହାଣୀ ଏଠାରୁ ଆରମ୍ଭ ମାତ୍ର । ଓଡ଼ିଶାର ଲୋକପ୍ରିୟ ଡ୍ୟାନ୍ସିଂ ଷ୍ଟାର ହରିହର ଦାଶ ପ୍ରଥମ ଥର ପାଇଁ ଏହି ମେଗା ଧାରାବାହିକରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ରହିବେ ଓଡିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟିକା ଦେବିକା ଅରୁନ୍ଧନ୍ତି ।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ
ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି । ଏଥର ନୂଆ ବର୍ଷରେ ସେହିପରି ନୂଆ କାହାଣୀ ଓ ରିୟ୍ୟାଲିଟି ଶୋ ର ଆରମ୍ଭ ସହିତ ଜୀ-ସାର୍ଥକ ଜାରି ରଖିବ ଓଡିଆ ଦର୍ଶକଙ୍କ ମନୋରଞ୍ଜନର ଯାତ୍ରା ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍।

ନୂଆ ବର୍ଷରେ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି ଜୋର ଦେଇ କହିଛନ୍ତି ଜୀ-ସାର୍ଥକ ଚ୍ୟାନେଲ୍‌ ମୁଖ୍ୟ କ୍ଲଷ୍ଟର ଅଫିସର ଶ୍ରୀ ସମ୍ରାଟ ଘୋଷ । ସେ କହିଛନ୍ତି ଜୀ-ସାର୍ଥକର ସମସ୍ତ ଦର୍ଶକଙ୍କୁ ପ୍ରତିବର୍ଷ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଦେଖାଇବା ପାଇଁ ଆମେ ପ୍ରତିଶୃତିବଦ୍ଧ ଓ ମନୋରଞ୍ଜନ ମାଧ୍ୟମରେ ସବୁବେଳେ ଆମେ ଆମ ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପାଇଁ ଚେଷ୍ଟାରତ ।