କନକ ବ୍ୟୁରୋ : ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ । ଟି୬୪ ବର୍ଗରେ ୨.୦୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ଏହା ସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ପ୍ରବୀଣ କୁମାର ପ୍ରଥମ ପ୍ରୟାସରେ ୧.୮୩ ମିଟର ଉଚ୍ଚ ଡିଆଁ ମାରିଥିଲେ । ଦ୍ୱିତୀୟ ପ୍ରୟାସରେ ୧.୯୩ ଉଚ୍ଚ ଡିଆଁ ମାରିବାରେ ସଫଳ ହୋଇଥିଲେ ।
ତୃତୀୟ ପ୍ରୟାସରେ ପ୍ରବୀଣ ରେକର୍ଡ ୨.୦୭ ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଯାହାକି ନୂଆ ଏସିଆନ୍ ରେକର୍ଡ ଏହି ମେଡାଲ ସହ ଭାରତର ପଦକ ସଂଖ୍ୟା ୧୧ରେ ପହଂଚିଛି । କେବଳ ହାଇଜମ୍ପରୁ ଭାରତକୁ ୪ଟି ପଦକ ମିଳିଛି । ପଦକ ଜିତିବା ପରେ ପ୍ରବୀଣକୁ ବିଭିନ୍ନ ମହଲରେ ଶୁଭେଚ୍ଛା ମିଳିଛି । ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ଅକ୍ଲାନ୍ତ ପରିଶ୍ରମ ଆଜି ପଦକ ଆଣିଦେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/4-3.jpg)