ବଟିକା କମାଇଦେବ କି ବୟସ ଛାପ? ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ କି ଲୋକ

80

କନକ ବ୍ୟୁରୋ : ବୟସ ହେବାପରେ ଧିରେ ଧିରେ ତ୍ୱଚାରେ ଭାଙ୍ଗ ପଡିବା ଆରମ୍ଭ ହୋଇଥାଏ । ତେବେ ମଣିଷ ସବୁବେଳେ ଚାହେଁ ଯେ, ସେ ସବୁବେଳେ କିପରି ଭାବରେ ସୁନ୍ଦର ଦେଖାହେବ । ତେବେ ବୟସ ବଢିବା ସାଙ୍ଗେ ତ୍ୱଚା ମଧ୍ୟ ଧିରେ ଧିରେ କ୍ଷୟ ହେବାରେ ଲାଗିଥାଏ । ବୟସ ବଢିବାକୁ କୈାଣସି ଲୋକ ବନ୍ଦ କରିପାରିବ ନାହିଁ । କିନ୍ତୁ ଏପରି ଏକ ପ୍ରକ୍ରିୟା ରହିଛି ଯାହା ଦ୍ୱାରା ବୟସ କମିପାରିବ । ଯଦି ଆପଣ ସେହି ପ୍ରକ୍ରିୟାକୁ ଆପଣାନ୍ତି ତେବେ ଆପଣଙ୍କ ବୟସ ବଢିଲେ ମଧ୍ୟ ତାହା ଜଣାପଡିବ ନାହିଁ ବୋଲି ଜଣାପଡିଛି । ତେବେ ଆସନ୍ତା ୨୦୨୦ ମସିହା ବେଳକୁ ମଣିଷ ନିଜ ବୟସକୁ କମାଇବାରେ ସଫଳ ହେବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମଣିଷ ପାଖାପାଖି ୧୫୦ ବର୍ଷ ବଚିଂପାରିବ ।

 

ଏପରି ସୂଚନା ଦେଇଛନ୍ତି ହାବାର୍ଡର ଜଣେ ବୈଜ୍ଞାନିକ । ସେ ଦାବୀ କରିଛନ୍ତି ଯେ, ମଣିଷ ଚାହିଂଲେ ତାହାର ବୟସ କମାଇବାରେ ସଫଳ ହେବା ଏପରିକି ୧୫୦ ବର୍ଷ ବଚିଂପାରିବ । ତାହା କରିବା ପାଇଁ ହେଲେ ଏକ ବିଶେଷ ପ୍ରକାର ଔଷଧ ଖାଇବା ପାଇଁ ପଡିବ ଯେଉଁଥିରେ କି ବୟସ କମିବାରେ ମଣିଷ ସଫଳ ହେବ । ତେବେ ଏହାର ପରୀକ୍ଷା ଆସନ୍ତା ୨ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ତେବେ ପ୍ରଥମେ ଏକ ମୂଷା ଉପରେ ପରୀକ୍ଷା କରାଯାଇଥିଲା ଓ ସେଥିରୁ ଜଣାପଡିଥିଲା ଯେ, ଏଥିରେ ମୂଷାଟି ୧୦ ବର୍ଷ ଅଧିକ ବଚିଂଥିଲା । ତେବେ ଏପରି ଗୋଲି ମଣିଷମାନଙ୍କ ପାଇଁ ବିଶେଷ ଭାବରେ କାମ କରିବ । ଏହି ଔଷଘରେ ଥିବା ପ୍ରତିଶେଧକ ମଣିଷର ଶରୀର ଉପରେ ଅନେକ ପ୍ରଭାବ ପକାଇପାରିବ ।

 

ଯାହାଲାଗି ସେ ନିଜର ବୟସକୁ ବଢିବାରୁ ଅଟଳାଇ ପଡିବ । ତେବେ ବୈଜ୍ଞାନିକ ନିଜେ ପ୍ରଥମେ ଏପରି ଔଷଧ ଖାଉଛନ୍ତି । ଏହାସହ ସେ କହିଚନ୍ତି ଯେ, ଏପରି ମେଡିସିନ ଖାଇବା ଦ୍ୱରା ତାଙ୍କର ବୟସ ପାଖାପାଖି ୨୪ ବର୍ଷ କମିଯାଇଛି । ପ୍ରଫେସର ସିନକ୍ଲାୟର କହିଛନ୍ତି ଯେ, ମୋ ବାପା ଦେଢ ବର୍ଷ ହେଲାଣି ଏପରି ଗୋଲି ଖାଉଛନ୍ତି । ତେଣୁ ତାଙ୍କ ଚେହେରାରେ ପରିବର୍ତନ ଦେଖାଯାଉଥିବା ସେ ଦାବୀ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାକୁ ନେଲାପରେ ମୋ ଶାଳୀର ମଧ୍ୟ ବୟସ ବଢୁଥିଲେ ମଧ୍ୟ ତାହାର ତ୍ୱଚ୍ଚା ଉଜ୍ୱଳ ହେବାରେ ଲାଗିଛି । ଏହା ସାଧାରଣ ଲୋକମାନଙ୍କ ପାଇଁ ଖୁବଶୀଘ୍ର ମିଳିବ ବୋଲି ସୂଚନା ମିଳିଛି ।