ଅନୁପଙ୍କ ଚରିତ୍ରକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର । ୨୦୧୬ ଡବଲ ମର୍ଡରର କାହାଣୀକୁ ନେଇ ଆଧାରିତ ହେବ ଓଡିଆ ସିନେମା

ପାଟଣାଗଡ ପାର୍ସଲ ବୋମା ଫିଲ୍ମ କରିଥିବା ପ୍ରଯୋଜକ ଶ୍ରୀଧର ମାର୍ଥା ଆଣିବେ ‘ମାୟାବିନୀ’

830

କନକ ବ୍ୟୁରୋ: ୨୦୧୬ କଳ୍ପନା ଦାସ ଓ ବବଲି ହତ୍ୟାକାଣ୍ଡ ମାମଲାରେ ଖିଅ ଖୋଜୁଛି ପୁଲିସ୍ । ହତ୍ୟାକାଣ୍ଡର ଖୋଳତାଡ ପାଇଁ ଭୁବନେଶ୍ୱର ଆସିଥିଲା ଛତିଶଗଡ ପୁଲିସ । ତେବେ ୩ ଘଂଟା ପାଇଁ ଛତିଶଗଡର ଜଣେ ପୁଲିସ ଅଧିକାରୀ ଭୁବନେଶ୍ୱର ଆସିଥିଲେ । ଛତିଶଗଡ ପୁଲିସ ଭୁବନେଶ୍ୱର ଏୟାରପୋର୍ଟ ଅଥରିଟି ଅଫିସରେ ରାଜ୍ୟର କିଛି ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେପଟେ ରାୟଗଡ ଜିଲ୍ଲା ଜଜ କୋର୍ଟରେ ଆଜି ହାଜର ହେବେ  ଅନୁପ ସାଏ । ଆଜି ତାଙ୍କ ରିମାଣ୍ଡ ଉପରେ ଶୁଣାଣି କରିବେ କୋର୍ଟ । ଅଭିଯୁକ୍ତଙ୍କୁ ପୁଲିସ କେତେଦିନ ରିମାଣ୍ଡରେ ନେଇ ଜେରା କରିବ ସେନେଇ ଅନୁମତି ଦେବେ କୋର୍ଟ । ଡବଲ ମର୍ଡର ଘଟଣାରେ ଅଧିକ ତଥ୍ୟ ପାଇଁ ଉଭୟ ଅନୁପ ଓ ବର୍ଦ୍ଧନଙ୍କୁ ସାମ୍ନାସାମ୍ନୀ ବସାଇ ଜେରା କରିପାରେ ପୁଲିସ । ପୂର୍ବରୁ ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ତାଙ୍କ ଆକାଉଂଟ ଥିବା ଦୁଇଟି ବ୍ୟାଙ୍କରେ ଖୋଳତାଡ କରିଛି ।

ଅନ୍ୟପଟେ ଖୁବଶୀଘ୍ର ଅନୁପ ସାଏଙ୍କ ଚରିତ୍ରଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡିଆ ସିନେମା। ଯାହାର ନାଁ ରଖାଯାଇଛି ‘ମାୟାବିନୀ’ । ୨୦୧୬ରେ ଛତିଶଗଡରେ ହୋଇଥିବା ମାଆ ଓ ଝିଅର ହତ୍ୟାକାହାଣୀକୁ ନେଇ ଏହି ସିନେମାଟି ତିଆରି ହେବ । ମୁମ୍ବାଇରେ ରହୁଥିବା ଓଡିଆ ସିନେମାର ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରୁଛନ୍ତି ।