ଖେଳାଳିଙ୍କ ଗାଁକୁ ହେଲା ପକ୍କା ରାସ୍ତା : ଅଲିମ୍ପିକ୍ସରେ ପଦକ ପକ୍କା କରିବା ପରେ ଲଭଲିନାଙ୍କ ଗାଁକୁ ତିଆରି ହେଉଛି ଗାଡ଼ି ଗଡ଼ିଲା ଭଳି ରାସ୍ତା

234

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ଲଭଲିନା ବୋର୍ଗୋହେଁଙ୍କ ଗାଁକୁ ହେଲା ରାସ୍ତା । ବକ୍ସର ଲଭଲିନାଙ୍କ ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯାଇଛି । ଲଭଲିନାଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଛି ଆସାମ । ଲଭଲିନାଙ୍କ ଘର ଆସାମର ବାରମୁଠିଆ ଗାଁରେ । ଏକ ଚାଷୀ ପରିବାରରୁ ଆସିଛନ୍ତି ଲଭଲିନା ।

ତାଙ୍କ ଗାଁକୁ ରାସ୍ତା ନଥିଲା । ଅଲିମ୍ପିକ୍ସରେ ପଦକ ପକ୍କା କରିବା ପରେ ଗାଁକୁ ଯିବା ପାଇଁ ରହିଥିବା ୩.୫ କିଲୋମିଟର ରାସ୍ତାକୁ ପିଡବ୍ଲଡି ପକ୍ଷରୁ ପକ୍କା କରାଯାଇଛି । ଲଭଲିନା ଏହିଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ବାରମୁଠିଆ ଗାଁକୁ ପରିଚୟ ପ୍ରଦାନ କରିଛନ୍ତି ଆସାମର ପ୍ରଥମ ମହିଳା ବକ୍ସର । ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଲଭଲିନାଙ୍କ ପାଇଁ ଏକ ସାଇକେଲ ରାଲି କରିଥିଲେ ।