ବିମାନରେ ନବଜାତ ଶିଶୁକୁ ଧରି ଯାତ୍ରା କରୁଥିଲେ ମହିଳା, ୨୦୦ ସହଯାତ୍ରୀଙ୍କୁ ଦେଲେ ଇୟରପ୍ଲଗ ଉପହାର

ବିମାନରେ ନବଜାତ ଶିଶୁକୁ ଧରି ଯାତ୍ରା କରୁଥିଲେ ମହିଳା, ୨୦୦ ସହଯାତ୍ରୀଙ୍କୁ ଦେଲେ ଇୟରପ୍ଲଗ ଉପହାର

source : The Sun

ନବଜାତ ଶିଶୁ ସହିତ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯାତ୍ରା କରିବା ସମୟରେ ଅଭିଭାବକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦି ଯାତ୍ରା ଅଧିକ ସମୟ ପାଇଁ ହୋଇଥାଏ ତାହେଲେ ନବଜାତ ଶିଶୁକୁ ଯେପରି କୌଣସି ଅସୁବିଧାର ନହୁଏ ସେଥିପାଇଁ ବହୁତ କିଛି ପ୍ରସ୍ତୁତି କରିବାକୁ ପଡ଼ିଥାଏ। ସେହିପରି ଯାତ୍ରା ସମୟରେ ଶିଶୁଟି ବାରମ୍ବାର କାନ୍ଦିବା ହେତୁ ଯାତ୍ରୀଙ୍କୁ ଅସୁବିଧା ହୋଇଥାଏ। ଏପରି କ୍ଷେତ୍ରରେ କେବେ ଆପଣ ଦେଖିଛନ୍ତି କି, କୌଣସି ଅଭିଭାବକ ଯାତ୍ରୀଙ୍କ ଏହି ଅସୁବିଧାକୁ ଗମ୍ଭୀରତା ସହ ନେଇଛନ୍ତି। ଏମିତି ଏକ ଘଟଣା ସେନ୍ ଫ୍ରାନ୍ସିସକୋ ଯାଉଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

publive-image

ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣକ ବିମାନରେ ଯାତ୍ରା କରୁଥିଲେ। ୧୦ଘଣ୍ଟା ସମୟ ଧରି ନବଜାତ ଶିଶୁକୁ ନେଇ ଯାତ୍ରା କରିବା ପାଇଁ ସେ ବହୁତ ବିଚଳିତ ହୋଇଯାଇଥିଲେ। ସେ ଜାଣଥିଲେ ତାଙ୍କର ପ୍ରଥମ ବିମାନ ଯାତ୍ରା ହେତୁ ନବଜାତ ଶିଶୁଟି ତାଙ୍କୁ ବହୁତ ହଇରାଣରେ ପକାଇବ। ସେଥିପାଇଁ ଯାତ୍ରା ସମୟରେ ଶିଶୁର କାନ୍ଦ ହେତୁ ଯେପରି ଅନ୍ୟ ଯାତ୍ରୀଙ୍କୁ ଏନେଇ କୌଣସି ଅସୁବିଧା ନହୁଏ ସେଥିପାଇଁ ମହିଳା ୨୦୦ ସହ-ଯାତ୍ରୀଙ୍କୁ ଇୟରପ୍ଲଗ୍ ଉପହାରରେ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe