୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା’ । ଦୁଇ ଶିଶୁ ମୃତ, ମା’ ଓ ଶିଶୁକନ୍ୟା ଅବସ୍ଥା ସଙ୍କଟାପନ୍ନ

239

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲା ମା । ୩ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ । କ୍ୟାପିଟାଲ ହସ୍ପିଟାଲରେ ୨ ପୁଅଙ୍କ ମୃତ୍ୟୁ । ଜଣେ ଝିଅ ଓ ମା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ । ବିଷ ପିଇବାର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅରଙ୍କ ସହ ପରିବାର ନେଇ ରହୁଥିଲେ ମହିଳା । ତେବେ ଏଭଳି ଆତ୍ମହତ୍ୟା ଉଦ୍ୟମ ମହିଳା ଜଣକ କାହିଁକି କଲେ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।