କନକ ବ୍ୟୁରୋ : ପିଲା ଅସୁସ୍ଥ ଥିଲେ ବାପା, ମା ଯେପରି ଚିନ୍ତା ପ୍ରକଟ କରନ୍ତି, ନିଜ ଛୁଆକୁ ଛାଡି ଯାଆନ୍ତି ନାହିଁ, ପଶୁଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଭଳି ଦେଖିବାକୁ ମିଳିଥାଏ । କେନ୍ଦୁଝର ବନ ବିଭାଗ ଅଧୀନ ମୈଦାନକଲେ ଜଙ୍ଗଲରୁ ଆସିଛି ଏକ ନିଆରା ଖବର । ଛୁଆ ହାତୀର ଅସୁସ୍ଥ ହୋଇପଡିଥିବା ବେଳେ ବନ ବିଭାଗ ଚିକିତ୍ସା କରିବାକୁ ଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଛୁଆ ହାତୀର ଡାହାଣ ଗୋଡରେ ଆଘାତ ଲାଗିଥିବା ବେଳେ ସେ ଠିକ ଭାବେ ଚାଲିପାରୁନାହିଁ । କିନ୍ତୁ ହାତୀ ପଲ୍ଲ ଛୁଆକୁ ଛାଡିଯାଉନଥିବାରୁ ବନ ବିଭାଗ ଟିମ୍ ହାତୀର ଚିକିତ୍ସା କରିପାରୁନାହାଁନ୍ତି । ଡ୍ରୋନ ସହାୟତାରେ ହାତୀ ଉପରେ ବନ ବିଭାଗ ନଜର ରଖିଛି । ହାତୀର ଚିକିତ୍ସା ପାଇଁ ଭେଟନାରୀ ବିଭାଗର ପଶୁ ବିଶେଷଜ୍ଞମାନେ ଚେଷ୍ଟା ଜାରି ରଖିଛନ୍ତି । କିପରି ଦୁଇ ହାତୀ ଛୁଆକୁ ସୁରକ୍ଷା ଦେଉଛନ୍ତି ତାର ଭିଡିଓ ଜାରି କରିଛନ୍ତି କେନ୍ଦୁଝର ଡିଏଫଓ