ରାଜଧାନୀରେ ନିର୍ମମ ହତ୍ୟା । ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହାଣି ହତ୍ୟା କଲେ ଦୁବୃର୍ତ୍ତ । ହତ୍ୟା ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ ।

353

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ନିର୍ମମ ହତ୍ୟାକାଣ୍ଡ । ସାମନ୍ତରାପୁର ଅଞ୍ଚଳରେ ଜଣେ ମିଠା ଦୋକାନୀଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ହତ୍ୟା କରିଥିବା ଦୁର୍ବୃତ୍ତମଧ୍ୟ ଜଣେ ମିଠା ଦୋକାନୀ ବୋଲି ଜଣାପଡିଛି । ତେବେ ବ୍ୟବସାୟିକ କାରଣରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।