ସ୍କୁଲକୁ ଯାଉଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ଅଟକାଇଲେ ଦୁର୍ବୃତ୍ତ: କେନ୍ଦୁଝର ଜିଲ୍ଲା ଆମ୍ବଗଡିଆ ଛକରେ ପଲସର ଲୁଟେରାଙ୍କ ଆତଙ୍କ

131

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଗହଣା, ଟଙ୍କା ସହ ୨ଟି ମୋବାଇଲ । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ହୋଇଛି ଲୁଟ୍ । ପଢ଼ିିଆପଲ୍ଲୀ ହାଇସ୍କୁଲର ପଣିଆପଙ୍କର ଶିକ୍ଷୟତ୍ରୀ ନିବେଦିତା ପାତ୍ର ଆଜି ତାଙ୍କ ଗାଁ ମଟରା ଗଡ଼ିଆରୁ ସ୍କୁଟିରେ ସ୍କୁଲକୁ ଯାଉଥିବା ସମୟରେ ଲୁଟର ଶିକାର ହୋଇଥିଲେ । ୩ଜଣ ଯୁବକ କଳା ରଙ୍ଗର ପଲସରରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ପିନ୍ଧିଥିବା ସୁନା ଚେନ୍, ମୁଦି, ୨ଟି ମୋବାଇଲ, ନଗଦ ୨ ହଜାର ଟଙ୍କା ଲୁଟି ନେଇଥିଲେ । ଏମିତି ଶିକ୍ଷିୟିତ୍ରୀ ଚଲାଉଥିବା ସ୍କୁଟିର ଚାବି ମଧ୍ୟ ନେଇ ପଳାଇଥିଲେ ଲୁଟେରା । ସେହି ରାସ୍ତା ଦେଇ ଯାଉଥିବା କିଛି ବାଟୋଇଙ୍କୁ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସୋସା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।