ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଲା ଅଲୌକିକ ଘଟଣା । ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ମନ୍ଦିର ତିଆରି କରୁଛନ୍ତି ଭକ୍ତ ।

215

କନକ ବ୍ୟୁରୋ: ଯୁଗେ ଯୁଗେ ଭକ୍ତ ଆଉ ଭଗବାନଙ୍କର ସର୍ମ୍ପକକୁ ନେଇ ବହୁ କିମ୍ବଦନ୍ତୀ ରହିଛି । ସେଭଳି ଏକ ଆଲୌକିକ ଘଟଣା ଦେଖିବାକୁ ମିଳିିଛି ଗଜପତି ଜିଲ୍ଲାରେ । ମହାପ୍ରଭୁଙ୍କ ବାରମ୍ବାର ସପ୍ନାଦେଶ ପରେ ନିଜସ୍ୱ ଖର୍ଚ୍ଚରେ ମନ୍ଦିର ମରାମତି କାମ କରୁଛନ୍ତି ଜଣେ ଭକ୍ତ । ବିଭିନ୍ନ କାରଣରୁ ଦୀର୍ଘବର୍ଷ ହେଲା ବନ୍ଦ ହୋଇ ପଡିଥିବା ମନ୍ଦିର କାର୍ଯ୍ୟ ଆରମ୍ଭ ହେବା ପରେ ପାରଳାବାସୀଙ୍କ ମନରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।

ପାରଳାଖେମୁଣ୍ଡିରେ ଦୀର୍ଘ ଦିନ ଧରି ଅଟକି ରହିଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କାମ ପୁଣି ଥରେ ଆରମ୍ଭ ହୋଇଛି । କୁହାଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ କରିଛନ୍ତି ଜଣେ ଭକ୍ତ । ପାରଳାଖେମୁଣ୍ଡିର ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ବାପା ତ୍ରିନାଥ ପାଣିଗ୍ରାହୀଙ୍କୁ ସପ୍ନାଦେଶ ହେବା ପରେ ଦୁର୍ଗାମାଧବ ନିଜସ୍ୱ ଖର୍ଚରେ ମନ୍ଦିର ନିର୍ମାଣ କରୁଛନ୍ତି ।

ପାରଳାଖେମୁଣ୍ଡିରେ ମନ୍ଦିର ତିଆରି ହେବ ଏବଂ ଚତୁର୍ଦ୍ଦା ବିଗ୍ରହଙ୍କୁ ପ୍ରତିଷ୍ଠା କରାଯିବ । ବଡଭାଇ, ଗେହ୍ଲି ଭଉଣୀଙ୍କୁ ସାଥିରେ ଧରି ପାରଳା ମନ୍ଦିରରେ ବିରାଜମାନ କରିବେ କାଳିଆ ସାଆନ୍ତେ । ଏଇ ଆଶାରେ ମନ୍ଦିର ନିର୍ମାଣ କାମ ଆଗେଇ ଚାଲିଛି । ଏସବୁ କାମ ସେଇ ଲିଳାମୟ କାଳିଆ ଠାକୁରଙ୍କ ନିର୍ଦେଶକ୍ରମେ କରାଯାଉଛି ବୋଲି କୁହନ୍ତି ପାରଳାବାସିନ୍ଦା । ଗଜପତିର ରାଣୀ କଲ୍ୟାଣି ଗଜପତି ଓ ସାଂସଦ ଚଦ୍ରଶେଖର ସାହୁଙ୍କ ସହମତିରେ ମନ୍ଦିର କାମ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପାରଳାବାସୀ ସହେଯାଗ ସଂପୂର୍ଣ୍ଣ କରୁଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହିତ ଜଡିତ ପାରଲା ଜଗନ୍ନାଥ ମନ୍ଦିର ନିର୍ମାଣ କାମ ସୁରୁଖୁରୁରେ ଶେଷ ହେବ ବୋଲି ଆଶା ରଖିଛନ୍ତି ସବୁ ଜଗନ୍ନାଥ ପ୍ରେମୀ ।