କନକ ବ୍ୟୁରୋ: ମାସେ ପରେ ନିଖୋଜ ମା’କୁ ପାଇଲା ନାବାଳକ ପୁଅ । ପୁରୀ ଡେଲାଙ୍ଗରୁ ହଜି ଯାଇଥିବା ମାନସିକ ବିକାରଗ୍ରସ୍ତ ମହିଳା ଭୁବନେଶ୍ୱର ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି । ମାସେ ତଳେ ଘରୁ କେଉଁ ଆଡେ ଚାଲି ଯାଇଥିଲେ ୪୦ ବର୍ଷିୟ ସମସର୍ ବିବିବ । ମାଆକୁ ଘରେ ନପାଇ ବ୍ୟତିବ୍ୟସ୍ତ ହୋଇଯାଇଥିଲା ୧୩ ବର୍ଷିୟ ନାବାଳକ ପୁଅ ଆପ୍ରଜ ଖାନ୍ । ମାଆ ହଜି ଯିବା ଦିନଠାରୁ ଖୋଜାଖୋଜି ଜାରି ରଖିଥିଲା ପୁଅ । ନିଜ ଆଖପାଖ ଅଂଚଳରେ ଖୋଜାଖୋଜି କରୁଥିଲା । ହେଲେ ମାଆର ପତା ପାଉନଥିଲା । ଗତକାଲି ସ୍ଥାନୀୟ ସରପଂଚ ହଠାତ୍ ଡେଲାଙ୍ଗରୁ ହଜି ଯାଇଥିବା ମାନସିକ ବିକାରଗସ୍ତ ମାକୁ ନାଁ ବାଳକ ପୁଅ ଏକ ମାସ ପରେ ଖୋଜି ପାଇଲା ଭୁବନେଶ୍ୱର ଚନ୍ଦକା ଜଙ୍ଗଲ ରୁ, ଧର୍ମ ମୁସୁଲିମ କିନ୍ତୁ ଜଗନ୍ନାଥଙ୍କ ଆଶ୍ରିବାଦ ରୁ ମୋ ମାକୁ ପାଇଲି ।

Advertisment

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆ ଚୌକା ଗାଁର ଏହି ନା ବାଳକ ପୁର ର ସାହାସିକତା କୁ ଘୁରି ଘୁରି ପ୍ରଶଂସା ଡେଲାଙ୍ଗ ଅଂଚଳରେ । ଥିବା ନିଜର ପାଗେଳୀ ମା କୁ ପାଇବା ପାଇଁ ଦିନ ରାତି ଏକ କରିଦେଇଥିଲା ଏହି ୧୫ ବର୍ଷୀୟ ନାଁ ବାଳକ ସାହସୀ ପୁଅ ଆପ୍ରୋଜ ଖାନ । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ କେଉଁ ଆଡ଼େ ପଳାଇ ଥିଲେ ମା ସମସର ବିବି ୪୦ ବର୍ଷ । ପ୍ରତେକ ଦିନ ଡେଲାଙ୍ଗରୁ ଟ୍ରେନରେ ପିଲାଟି ଯାଇ ଦିନ ତମାମ ଖୋଜା ଖୋଜି କରି ରାତିରେ ଫେରିଆସେ ଆପ୍ରଜ । ଏହି ଭଳି ଦୀର୍ଘ ଏକ ମାସ ହେବ ଖୋଜୁଥିବା ବେଳେ ଗତକାଲି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଭୁବନେଶ୍ୱରର ଚନ୍ଦକା ଜଙ୍ଗଲରୁ ପାଇଥିଲେ ମାଙ୍କୁ । ଏହି ଝାଟି ମାଟି ଭଙ୍ଗା କୁଡ଼ିଆ ହେଉଛି ଆପ୍ରଜଙ୍କ ଵାସଭବନ ଘର ଭିତରେ ମୂଷା ମାଟିରେ ଭର୍ତି ଦୁଆରେ ଛେଳି ଗୁହାଳ ଭଳି ଗୋବରରେ ଭର୍ତି । ଏହି ଭଙ୍ଗା ଘରେ ନିଜର ସାନ ଭଉଣୀ ଓ ମାଙ୍କ ସହିତ ରହୁଛନ୍ତି ପୁରା ପରିବାର ବାବା କେବେଠାରୁ ସମସ୍ତଙ୍କୁ ଛାଡି କୁଆଡେ ପଳାଇଛନ୍ତି । ବାତ୍ୟା ଫନୀ ରେ ଘର ଭାଙ୍ଗିଥିଲେ ବି ଘର ଟିଏ ପାଇବାରୁ ବଂଚିତ ଏହି ପରିବାର । ଏପଟେ କୋମଳ କଣ୍ଠ ରେ କୋହ ଭରା ହୋଇ ନିବେଦନ କରୁଛି ସରପଞ୍ଚ ଙ୍କୁ ଓ ସ୍ଥାନୀୟ ବିଧାୟକ ଙ୍କୁ କି ଘର ଟିଏ ଦେଇ ମୋ ମା ଙ୍କୁ ଚିକିତ୍ସା କରାଇ ଦିଅ ବୋଲି କରୁଛି ଗୁହାରି ।