ଭୁବନେଶ୍ୱରରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ: ଗଛରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର; ପରିବାର ଲୋକେ କହିଲେ, ଆତ୍ମହତ୍ୟା, ପୁଲିସର ତନାଘନା

195

କନକ ବ୍ୟୁରୋ: ରାଜଧାନୀରେ ନାବାଳିକାଙ୍କ ସଂନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଡୁମଡୁମା ଅଂଚଳରୁ ଦଶମ ଶ୍ରେଣୀର ନାବାଳିକାର ପାଟି, ହାତ ଗୋଡ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏକ ପିଜୁଳି ଗଛର ନାବାଳିକାର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ଖଣ୍ଡଗିରି ପୁଲିସ । ପିଜୁଳି ଗଛ ପାଖରେ ମୃତ ଛାତ୍ରୀଙ୍କ କ୍ଲିପ ଓ ଚପଲ ପଡି ରହିଥିବା ବେଳେ ଗାମୁଛାରେ ହାତ ଓ ଗୋଡକୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଚଳାଇଛି ।

ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାରୁ ପୁଲିସ ପରିବାର ଲୋକଙ୍କ ଉପରେ ମଧ୍ୟ ସନ୍ଦେହ କରୁଛି । ଗତରାତିରେ ବାହାର ପଟୁ ଘରର ତାଲା ପକାଇ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ସେପଟେ ନାବାଳିକା ନିକଟସ୍ଥ ସଙ୍ଗୀତ କେନ୍ଦ୍ରକୁ ଗୀତ ଶିଖିବାକୁ ଯାଉଥିବାରୁ ମୃତ୍ୟୁ ପଛରେ ପ୍ରେମ ସଂପର୍କ ଥିବା ଅନୁମାନ କରାଯାଉଛି । ଖଣ୍ଡଗିରି ପୁଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି । ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।