ପୁଣି ମୁଣ୍ଡ ନେଲା ମୋ ବସ୍। ଭୁବନେଶ୍ୱର ଶତାବ୍ଦୀ ନଗରରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ନାବାଳକ।

637

କନକ ବ୍ୟୁରୋ: ବେପରୁଆ ଗାଡିଚାଳନା ଯୋଗୁଁ ମୋ ବସ ଦୁର୍ଘଟଣାଗସ୍ତ ହେଉଛି । ଆଉ ଚାଳକଙ୍କ ଏଭଳି ଭୁଲ ଯୋଗୁ ନିରୀହ ଲୋକଙ୍କ ଜୀବନ ଯାଉଛି । ୧୦ ମାସରେ ମୋ ବସ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟହେଲାଣି । ଭୁବନେଶ୍ୱର ରାଜଧାନୀରେ ଗତକାଲି ହୋଇଥିବା ମୋ ବସ୍ ଦୁର୍ଘଟଣାରେ ଜଣେ ୧୩ବର୍ଷର ନାବାଳକର ମୃତ୍ୟୁ ହୋଇଛି ।

ଶତାବ୍ଦୀ ନଗରର ୧୩ ବର୍ଷର ଛାତ୍ରଙ୍କ ମୃତ୍ୟୁହୋଇଛି । ସେ ୟୁନିଟ-୮ ବାଳକ ବିଦ୍ୟାଳୟରେ ପଢୁଥିଲେ । ଏନେଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବଡ଼ କଥା ହେଉଛି ମୋ ବସ୍ ଦୁର୍ଘଟଣାରେ ଗତ ୧୦ ମାସରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସହର ଭିତରେ ମୋ ବସ୍ ୮୦ ସ୍ପିଡରେ ଯାଉଥିବା ଅଭିଯୋଗ ହୋଇଛି ।