ଢେଙ୍କାନାଳ କପିଳାସ ବନାଞ୍ଚଳ ରଗଡ଼ି ସାହିରେ ହାତୀ ଆତଙ୍କ: ହାତୀ ଭାଙ୍ଗିଥିବା କାନ୍ଥ ତଳେ ଚାପି ହୋଇ ନାବାଳକର ମୃତ୍ୟୁ

92

କନକ ବ୍ୟୁରୋ: ଢେଙ୍କାନାଳ କପିଳାସ ବନାଞ୍ଚଳ ରଗଡ଼ି ସାହିରେ ହାତୀ ଆତଙ୍କ । ହାତୀ ଭାଙ୍ଗି ଦେଇଥିବା ଘର କାନ୍ଥ ତଳେ ଚାପି ହୋଇ ଜଣେ ୭ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ଗତ ରାତିରେ ହାତୀ ପଲ ଆସି ଗାଁର ତପନ ହେମ୍ବ୍ରମଙ୍କ ଘର ଭାଙ୍ଗିଦେଇ ଥିଲେ । କାନ୍ଥ ଭୁଶୁଡ଼ି ପଡ଼ିବା ସହ ଏହା ତଳେ ଚାପି ହୋଇ ତପନଙ୍କ ପୁଅ ଆକାଶର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ, ବନ ବିଭାଗ କର୍ମଚାରୀ ଓ ପୋଲିସ ପହଁଚି ମୃତହେଦକୁ ଉଦ୍ଧାର କରିଛନ୍ତି । ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଛନ୍ତି । ପରିବାର ଲୋକଙ୍କ ସହ ଆଲୋଚନା ପରେ ସରକାରୀ ସହାୟତା ପାଇଁ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ ପାଇଁ ଢୋଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।