କନକ ବ୍ୟୁରୋ: ମୋବାଇଲ ନିଶା ନେଲା ନାବାଳକର ଜୀବନ । ମେବାଇଲରେ ଗେମ ଖେଳିବାକୁ ମାଆ ମନା କରିବାରୁ ଆତ୍ମହତ୍ୟା କଲା ପଂଚମ ଶ୍ରେଣୀରେ ପଢୁଥିବା ଛାତ୍ର । ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଂଚଳର ମାଲପଡା ଗାଁରେ । ଶୋଇବା ଘରୁ ୫ମ ଶ୍ରେଣୀ ଛାତ୍ର ଇଶାନ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି କେସିଙ୍ଗା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଇଶାନଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ ମୋବାଇଲରେ ଇଶାନ ସବୁ ବେଳେ ଗେମ ଖେଳୁଥିବାରୁ ମାଆ ତାକୁ ବାରଣ କରିଥିଲେ । ଗତକାଲି ରାତିରେ ମାଆ ଗେମ ଖେଳିବାକୁ ମନା କରିବାରୁ କୋମଳମତି ଇଶାନ ଆତ୍ମହତ୍ୟା କରିଥିବା ଜଣାପଡିଛି । ବାପ ଛେଉଣ୍ଡ ଇଶାନ ଘରର ଏକମାତ୍ର ପୁଅ । କେବଳ ଇଶାନ ନୁହେଁ ଆଜି ମୋବାଇଲ କିଶୋର ଓ ଯୁବ ଗୋଷ୍ଠୀଙ୍କ ପାଇଁ ବିପଦ ସାଜିଛି । ପରିବାର ଲୋକେ ପୁଅ କିମ୍ବା ଝିଅର ଭଲ ପାଇଁ ମୋବାଇଲ ଛାଡିବାକୁ ଚାପ ପକାଇଲେ ତାହା ବୁଝିନପାରି ଜୀବନ ହାରିଦେବା ଭଳି ନିଷ୍ପତି ନେବା ନିହାତି ଚିନ୍ତାଜନକ । ଏହି ଘଟଣା ଅନ୍ୟ ଅଭିଭାବକମାନଙ୍କ ପାଇଁ ମଧ୍ୟ ସତର୍କ ଘଂଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/2-29.jpg)