ଓଏଏସ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ । ଓଏଏସ୍ ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

171

କନକ ବ୍ୟୁରୋ : ଓଏଏସ ଅଫିସର ପ୍ରମୋଦ କୁମାର ପୃଷ୍ଟିଙ୍କ ଘରେ, ସାଂଘାତିକ ଅପରାଧ । ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଥାଇ ମଧ୍ୟ ତାଙ୍କ ଘରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଗଲା । ତାଙ୍କ ଘରେ କାମ କରୁଥିବା ଯାଜପୁର ଅଂଚଳର ଜଣେ ଆଦାବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବାବେଳେ ତାଙ୍କ ଶ୍ୱଶୁର ପ୍ରଫୁଲ୍ଲ ଦୁଷ୍କର୍ମ କରିଛନ୍ତି ।

ନାବାଳିକା ଜଣଙ୍କ ପାଂଚ ମାସର ଗର୍ଭବତୀ ଅଛନ୍ତି । ଏଥିସହ ଦୁଷ୍କର୍ମ ହେବା ନେଇ କାହାକୁ କିଛି କହିଲେ, ଛାତରୁ ତଳକୁ ଠେଲି ଦେବାର ଧମକ ଦେଇଥିବା ଏତଲାରେ ଦର୍ଶା ଯାଇଛି । ଏହାକୁ ଗୁରୁତର ସହ ନେଇଛି ଶିଶୁ ସୁରକ୍ଷା ଆୟୋଗ । ଏଥିପାଇଁ ବିଭିନ୍ନ ପକ୍ଷଙ୍କୁ ରିପୋର୍ଟ ତଲବ କରଛି । ଅନ୍ୟପଟେ ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତ ଓଏଏସ ଅଧିକାରୀଙ୍କ ଶୈଳଶ୍ରୀ ବିହାର ସ୍ଥିତ ଘରେ ଚଢାଉ କରିଛି ।
ସେପଟେ ଚଢ଼ାଉ ପୂର୍ବରୁ ଓଏଏସ ଅଧିକାରୀ ଓ ତାଙ୍କ ଶ୍ୱଶୁର ଫେରାର ହୋଇଯାଇଛନ୍ତି । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଏହି ନାବାଳିକା ଜଣଙ୍କ ଯାଜପୁରରୁ ଭୁବନେଶ୍ୱର ଚାଲି ଆସିଥିଲେ । ଆଉ ପ୍ରମୋଦଙ୍କ ଘରେ କାମ କରୁଥିଲେ । ଏଥିିପାଇଁ ତାଙ୍କୁ ପ୍ରମୋଦ ୩ ହଜାର ଟଙ୍କା ଦେଉଥିଲେ ।