କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କୋଟିପତି ପୁଲିସ ବାବୁ । ସବ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ପାଇକ ନଗର ସ୍ଥିତ ତାଙ୍କ ଘରୁ ଦେଢ ଲକ୍ଷ ନଗଦ ଟଙ୍କା ସହ ପୁଳା ପୁଳା ସୁନାଗହଣା ଜବତ ହୋଇଛି । ସେହିପରି ତାଙ୍କର ଓ ତାଙ୍କ ସମ୍ପର୍କୀୟଙ୍କ ୧୪ଟି ବ୍ୟାଙ୍କ ଆକାଉଂଟରେ ଜମା ଅଛି ୮୬ଲକ୍ଷରୁ ଅଧିକ ଟଙ୍କା । ଏସବୁ ବାଦ୍ ଭୁବନେଶ୍ୱରର ପାଇକ ନଗର ଅଂଚଳରେ ୪ମହଲା ବିଶିଷ୍ଟ କୋଠା ରହିଛି, ଯାହାର ଆନୁମାନିକ ମୂଲ୍ୟ ବର୍ତମାନ ଦେଢ କୋଟି ଆକଳନ କରାଯାଇଛି । କିନ୍ତୁ ୧୦ହଜାର ସ୍କେ୍ୱାୟର ଫିଟରେ ଘର ଥିବା ଯୋଗୁୁଁ ଏହାର ମୂଲ୍ୟ ଢେର ଅଧିକ ହେବ ବୋଲି ଜଣାପଡିଛି ।
ସେହିପରି ନୟାଗଡ ଜିଲ୍ଲାରେ ମଧ୍ୟ ଏକ ମହଲା ବିଶିଷ୍ଟ କୋଠା ରହିଛି । ଅଭିମନ୍ୟୁଙ୍କ ନାଁରେ ଭୁବନେଶ୍ୱରରେ ୭ଟି ଓ ନୟାଗଡରେ ଗୋଟିଏ ପ୍ଲଟ ଥିବା ଜଣାପଡିଛି । ଏହାସହ ତାଙ୍କ ନାଁରେ ୩ଟି ଦୁଇ ଚକିଆ ଗାଡି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/Screen-Shot-2022-12-15-at-3.35.16-PM.jpg)