କନକ ବ୍ୟୁରୋ: ଫିଲିଫାଇନ୍ସରେ ସେନା ବିମାନ ଦୁର୍ଘଟଣା । ଫିଲିଫାଇନ୍ସ ଦକ୍ଷୀଣ ପ୍ରାନ୍ତରେ ସେନାକୁ ନେଇ ଯାଉଥିବା ଏୟାରଫୋର୍ସର ଏକ ବିମାନ ଦୁର୍ଘଟଣା ହେବା ଫଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଫିଲିଫାଇନ୍ସ ବାୟୁସେନା ଇତିହାସର ଏହା ଏକ ବଡ ଦୁର୍ଘଟଣା । ୯୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନରେ ତ୍ରୁଟି ଦେଖାଦେବା ପରେ ଏହା ଦୁର୍ଘାଟଣା ଗସ୍ତ ହୋଇଥିଲା ।
ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଥିଲା । ଫଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁଥିରେ ୪୨ ଜଣ ସେନା କର୍ମୀ ରହିଥିଲେ । ଅନେକ ସୈନିକ ବିମାନ ଦୁର୍ଘଟଣା ହେବା ଆଗରୁ ବିମାନରୁ ଡେଇଁ ପଡିଥିଲେ । ଉଦ୍ଧାର ହୋଇଥିବା ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତି କରାଯାଇଛି । ବିମାନର ପାଇଲଟଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/58153557_303.jpg)