ରାଜ୍ୟରେ ଟିକାକରଣରେ ମାଇଲଖୁଂଟ : ୨ କୋଟିରୁ ଅଧିକ ଲୋକ ନେଲେଣି ଟିକା

108

କନକ ବ୍ୟୁରୋ : ଟିକାକରଣରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ ୨କୋଟି ଅତିକ୍ରମ କରିଛି ଟିକାକରଣ । ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ହଜାର ୮୧୪ଟି କୋଭିଡ ଟିକାର ଡୋଜ ଦିଆଯାଇଛି । ଏଥିରୁ ୧କୋଟି ୫୩ଲକ୍ଷ ୮୭ହଜାର ୫୭୨ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୪୬ଲକ୍ଷ ୩୪ହଜାର ୨୪୨ଟି ଦ୍ୱିତୀୟ ଡୋଜ ଦିଆଯାଇଛି । ରାଜ୍ୟରେ ୫୦ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି । ଏବଂ ମୋଟ କ୍ଷେତ୍ରରେ ୭୬ପ୍ରତିଶତ ଟିକା ଦିଆଯାଇଛି ।

୩କୋଟି ୯ଲକ୍ଷ ୮୫ହଜାର ୫୩୮ଜଣଙ୍କୁ ମୋଟ ଟିକା ଦେବାର ଟାର୍ଗେଟ ରଖାଯାଇଛି । ଟିକା ଉପଲବ୍ଧ ରହିଲେ ରାଜ୍ୟରେ ଡିସେମ୍ବର ସୁଦ୍ଧା ଟିକାକରଣ ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଜୁନ୍ ୨୧ତାରିଖ ସୁଦ୍ଧା ୧କୋଟି ଡୋଜ୍ ଦିଆଯାଇଥିଲା । ଜୁଲାଇ ୫ତାରିଖରେ ସର୍ବାଧିକ ୪ଲକ୍ଷ ୨ହଜାର ୪୩୪ଡୋଜ୍ ଦିଆଯାଇଥିଲା । ସେପଟେ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୫୬କୋଟି ୬ଲକ୍ଷ ୫୨ହଜାର ୩୦ଡୋଜ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ ୨୪ଘଂଟାରେ ୫୫ଲକ୍ଷ ୫ହଜାର ୭୫ଟି ଡୋଜ୍ ଦିଆଯାଇଛି ।