ଦୀର୍ଘ ବର୍ଷ ପରେ ଘରକୁ ଫେରିଲେ ମାନସିକ ବିକାରଗ୍ରସ୍ତ ବୃଦ୍ଧ: ଜମ୍ମୁରୁ ନିଖୋଜ ହୋଇ ଝରିଗାଁରେ ବୁଲୁଥିଲେ ପଶ୍ଚିମବଙ୍ଗ କଲଚୀନର ବୃଦ୍ଧ

88

କନକ ବ୍ୟୁରୋ: ପୋଲିସର ଉଦ୍ୟମ ରେ ଦୀର୍ଘ ତିନିବର୍ଷ ପରେ ଘରକୁ ଫେରିଲେ ମାନସିକ ବିକାର ଗ୍ରସ୍ତ ବୃଦ୍ଧ । ପୁଣି ଥରେ ମଥାରେ ସିନ୍ଦୁର ଲଗାଇଛନ୍ତି ବୃଦ୍ଧଙ୍କ ସ୍ତ୍ରୀ । ଆଉ ଘରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଘରେ ଏବେ ବନ୍ଧୁ ସମ୍ପର୍କୀୟଙ୍କ ଭିଡ । ଜମ୍ମୁ କଶ୍ମୀରରେ କାମ କରୁଥିବା ଏହି ବୃଦ୍ଧ ଜଣକ ନବରଙ୍ଗପୁର ଝରିଗାଁରେ ବୁଲଥିବାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ବହୁ କଷ୍ଟରେ ବୃଦ୍ଧଜଣଙ୍କଠାରୁ ତାଙ୍କ ଠିକଣା ମିଳିଥିଲା । ଜଣେ ଅପରିଚିତ ବୃଦ୍ଧଙ୍କୁ ସାହାଯ୍ୟ କରି ତାଙ୍କ ଘର ଠିକଣା ଆଣିଥିଲେ । ସେ ପଶ୍ଚିମବଙ୍ଗ କଲଚୀନ ଥାନାର ଚୁଆପାରା ଚାୟବାଗାନର ବୋଲି ଜଣାପଡିଥିଲା । ତା ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ କଲଚୀନ୍ରୁ ଛୁଟି ଆସିଥିଲେ ବୃଦ୍ଧଙ୍କ ସମ୍ପର୍କୀୟ ମାନେ । ପୁଲିସର ଏହି ଉଦ୍ୟମ ପରେ ମାନସିକ ବିକାରଗ୍ରସ୍ତ ବୃଦ୍ଧଙ୍କୁ ତାଙ୍କ ପରିବାର ମିଳିଯାଇଛି । ଦୀର୍ଘ ଦିନର ବିଛେଦ ପରେ ହଜିଯାଇଥିବା ଆତ୍ମୀୟସ୍ୱଜନ କୁ ପାଇ ପରିବାର ରେ ଖୁସିର ଲହରୀ ଖେଳିଯାଇଛି । ଏହି ଘଟଣା ପରେ ଝରୀଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ତପନ କୁମାର ପତି ଏବଂ ଥାନାର ଅନ୍ୟ କର୍ମ ଚାରୀଙ୍କୁ ଛୁଟୁଛି ପ୍ରଶଂସା ର ସୁଅ ।