କନକ ବ୍ୟୁରୋ:  ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ।  ଗତ ନଭେମ୍ବର ୧୧ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମୟରେ ବାଲେଶ୍ୱରର ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ରାଜଭବନରେ ସାକ୍ଷାତ କରିଥିଲେ । ଅନୁଷ୍ଠାନ ତରଫରୁ ମହାମହିମଙ୍କୁ ଏକ ଚିତ୍ରକଳା ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା ।

Advertisment

ରାଷ୍ଟ୍ରପତିଙ୍କୁ ଅନୁଷ୍ଠାନର ଚେୟାରମ୍ୟାନ ଇଂ କବୀର କୁମାର ମଢୁଆଳ, ସଭାପତି ମୌସମ କୁମାର ସିଂହ, ସହ ସମ୍ପାଦକ ତଥା ସିଦ୍ଧି ବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ତ ସାହୁ, ଆଶିଷ ରଣା, ମନୀଷା ଆଚାର୍ଯ୍ୟ, କୁନି ମିଶ୍ର, ଅଭିମନ୍ୟୁ ସାମଲ ।