କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା । ଗତ ନଭେମ୍ବର ୧୧ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମୟରେ ବାଲେଶ୍ୱରର ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ରାଜଭବନରେ ସାକ୍ଷାତ କରିଥିଲେ । ଅନୁଷ୍ଠାନ ତରଫରୁ ମହାମହିମଙ୍କୁ ଏକ ଚିତ୍ରକଳା ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା ।
ରାଷ୍ଟ୍ରପତିଙ୍କୁ ଅନୁଷ୍ଠାନର ଚେୟାରମ୍ୟାନ ଇଂ କବୀର କୁମାର ମଢୁଆଳ, ସଭାପତି ମୌସମ କୁମାର ସିଂହ, ସହ ସମ୍ପାଦକ ତଥା ସିଦ୍ଧି ବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ତ ସାହୁ, ଆଶିଷ ରଣା, ମନୀଷା ଆଚାର୍ଯ୍ୟ, କୁନି ମିଶ୍ର, ଅଭିମନ୍ୟୁ ସାମଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/pres.jpg)