କନକ ବ୍ୟୁରୋ: ରଥଯାତ୍ରା ପାଇଁ ୪ଥର ହେବ କରୋନା ପରୀକ୍ଷା । ସ୍ନାନପୂର୍ଣ୍ଣିମା, ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା ଓ ନିଳାଦ୍ରୀ ବିଜେ ପୂର୍ବରୁ ହେବ କରୋନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଶ୍ରୀଜିଉଙ୍କ ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଏହାସହ ସେବାୟତ ଓ ପୁଲିସଙ୍କ ଟିକାକରଣକୁ ପ୍ରାଧାନ୍ୟ ଦିଆଯିବ । ଏହି ପୁରା ପ୍ରକ୍ରିୟାର ତଦାରଖ ପାଇଁ ଜଣେ ନୋଡାଲ ଅଫିସର ନିୟୋଜିତ ହେବେ ।