କରୋନା ମୁକାବିଲା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ । ଭିଡିଓ କନଫରେନ୍ସିଂରେ ବୈଠକରେ ହେବେ ସାମିଲ : ୨୦ଟି ଏଜେଣ୍ଡା ଉପରେ ଆଲୋଚନା

ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ଦିନକରେ ୨,୬୩,୫୩୩ ନୂଆ ଆକ୍ରାନ୍ତ, ୪,୩୨୯ ମୃତ

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ ବସିବ । ବୈଠକରେ କରୋନା ମୁକାବିଲା ରଣନୀତି ଉପରେ ମାନସମନ୍ଥନ କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ୨୦ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବ । ଭିଡିଓ କନଫରେନ୍ସିଂ ଜରିଆରେ ସିଡିଏମଓଙ୍କ ବୈଠକ ହେବ ବୋଲି ସୂଚନା ମିଳିଛି ।

ତେବେ ରାଜ୍ୟରେ ଯେପରି ଭାବରେ କରୋନା ବଢିବାରେ ଲାଗିଛି ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ମଧ୍ୟ ଅଂଟା ଭିଡିଛି । କେମିତି ଭାବରେ କରୋନାକୁ ରାଜ୍ୟରେ ରୋକାଯାଇପାରିବ ସେନେଇ ଆଜିର ବୈଠକରେ କିଛି ରଣନୀତି ସ୍ଥିର ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe