ମହଙ୍ଗା ପଡିଲା ନିମ୍ନ ମାନର ଔଷଧ ଯୋଗାଣ । ଟେଣ୍ଡର ପ୍ରକ୍ରିୟାରୁ ସମ୍ପୃକ୍ତ କମ୍ପାନୀକୁ ୩ ବର୍ଷା ପାଇଁ ଦିଆଗଲା ବାଦ୍ ନିମ୍ନମାନର ଔଷଧ ଦେଲା,

ମହଙ୍ଗା ପଡିଲା ନିମ୍ନ ମାନର ଔଷଧ ଯୋଗାଣ । ଟେଣ୍ଡର ପ୍ରକ୍ରିୟାରୁ ସମ୍ପୃକ୍ତ କମ୍ପାନୀକୁ ୩ ବର୍ଷା ପାଇଁ ଦିଆଗଲା ବାଦ୍ ନିମ୍ନମାନର ଔଷଧ ଦେଲା,

Image courtesy - indiamart.com

କନକ ବ୍ୟୁରୋ : ରାଜ୍ୟରେ ସରକାରୀ ଡାକ୍ତରଖାନାକୁ ମାଗଣାରେ ଔଷଧ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ‘ନିରାମୟ’ ଯୋଜନା କାର୍ଯ୍ୟକାରୀ ହୋଇଛି। ରାଜ୍ୟ ଔଷଧ ନିଗମ ଜରିଆରେ ଏଥିପାଇଁ ଔଷଧ କିଣାଯାଇ ଡାକ୍ତରଖାନାକୁ ଯୋଗାଣ ହେଉଛି। କିନ୍ତୁ ନିଗମକୁ ଔଷଧ ଯୋଗାଉଥିବା କମ୍ପାନିର ଔଷଧ ଅନେକ ସମୟରେ ନିମ୍ନମାନର ରହିଥିବା ନଜରକୁ ଆସୁଛି। ଏହି ଭିତ୍ତିରେ ଗୁଜୁରାଟ ଭଦୋଦରାର ଏକ ଔଷଧ କମ୍ପାନି ନିମ୍ନମାନର ଉଚ୍ଚ ରକ୍ତଚାପ ଔଷଧ ଯୋଗାଇବା କାରଣରୁ କମ୍ପାନିକୁ ୩ ବର୍ଷ ପାଇଁ ନିଗମର ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାରୁ ବାରଣ କରାଯାଇଛି।

publive-imageସୂଚନା ଅନୁସାରେ, ଗୁଜୁରାଟର ଏକ କମ୍ପାନି ଉଚ୍ଚ ରକ୍ତଚାପ ପାଇଁ ବ୍ୟବହାର ହେଉଥିବା ଟେଲମିସାଟ୍ରନ୍ ୪୦ ଏମ୍‌ଜିର ବଟିକା ଯୋଗାଇବା ପାଇଁ ଟେଣ୍ଡର୍‌ରେ ଯୋଗ୍ୟ ବିବେଚିତ ହୋଇଥିଲା। କମ୍ପାନି ପକ୍ଷରୁ ଏହି ଔଷଧ କେତେକ ବ୍ୟାଚ୍‌ରେ ପ୍ରଦାନ କରାଯାଇଥିଲା। ହେଲେ ଏହାର ୬ଟି ବ୍ୟାଚ୍‌ର ଔଷଧ ନିମ୍ନମାନର ରହିଥିବା ନିଗମର ନଜରକୁ ଆସିଥିଲା। ତହିଁରୁ ୪ଟି ବ୍ୟାଚ୍ ଡିଜୋ‌ଲ୍ୟୁସନ୍ ପରୀକ୍ଷାରେ ବିଫଳ ହୋଇଥିବା ବେଳେ ୨ଟି ବ୍ୟାଚ୍‌ର ଆସେ ଓ ଡିଜୋଲ୍ୟୁସନ୍ ପରୀକ୍ଷାରେ ବିଫଳ ହୋଇଥିଲା। ଏଥିପାଇଁ ସଂପୃକ୍ତ କମ୍ପାନି କର୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଥିଲା।

publive-imageପରେ କମ୍ପାନିର ଅଧିକାରୀ ନିଗମର ଶୁଣାଣିରେ ଉପସ୍ଥିତ ରହିଥିବା ସହିତ ଔଷଧ ହୁଏତ ଜଳବାୟୁ ସଂସ୍ପର୍ଶରେ ଆସିବା ଯୋଗୁଁ ଏଭଳି ପ୍ରତିକ୍ରିୟା ଦେଖାଇଥିବା କହିଥିଲେ। ମାତ୍ର ନିଗମର ‌କ୍ବାଲିଟି ଡିଭିଜନ୍ ପକ୍ଷରୁ ଔଷଧଗୁଡ଼ିକୁ ଠିକ୍ ଭାବେ ଷ୍ଟୋର୍‌ରେ ରଖାଯାଇଥିବା ଓ ଏନ୍‌ଏବିଏଲ୍ ପରୀକ୍ଷାଗାରରେ ଏହାକୁ ପରୀକ୍ଷା କରାଯାଇଥିବା କୁହାଯାଇଥିଲା। ପରେ ନିଗମ ପକ୍ଷରୁ ସଂପୃକ୍ତ କମ୍ପାନିକୁ ଟେଲମିସାଟ୍ରନ୍ ଔଷଧ ଯୋଗାଣରେ ଆସନ୍ତା ୩ ବର୍ଷ ପାଇଁ ବାରଣ କରାଯାଇଥିବା ସୂଚନା ଦିଆଯାଇଥିଲା।

ତେବେ ରାଜ୍ୟ ଔଷଧ ନିଗମ ଆରମ୍ଭ ହେବାଠାରୁ ୩୧ରୁ ଅଧିକ ଔଷଧ/ଔଷଧୀୟ ସାମଗ୍ରୀ ନିମ୍ନମାନର ରହିଥିବା ନିଗମର ନଜରକୁ ଆସିଛି। ନିଗମର ନିୟମ ଅନୁସାରେ ୨ଟି ଆଇଟମ୍‌ରୁ ଅଧିକ ଔଷଧ ଯଦି ନିମ୍ନମାନର ରହିଥିବା ନଜରକୁ ଆସେ ତେବେ ସଂପୃକ୍ତ କମ୍ପାନିକୁ ୩ବର୍ଷ ପାଇଁ ଟେଣ୍ଡର୍‌ ପ୍ରକ୍ରିୟାରୁ ବାରଣ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe