କନକ ବ୍ୟୁରୋ : ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୯ ଶହ ୮୧ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨ ଶହ ୨୫ ଓ ସ୍ଥାନୀୟ ସଂକ୍ରମଣରୁ ୭ଶହ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ଗଞ୍ଜାମକୁ ଟପିଛି ଖୋର୍ଧା । ଖୋର୍ଧାରେ ୨୭୪ ଓ ଗଞ୍ଜାମରେ ୨୬୭ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି ।
ସେହିଭଳି ଅନୁଗୁଳ ଜିଲ୍ଲାରୁ ୬, ବାଲେଶ୍ବର ଜିଲ୍ଲାରୁ ୫୯, ବରଗଡ଼ ଜିଲ୍ଲାରୁ ୨୭, ଭଦ୍ରକ ଜିଲ୍ଲାରୁ ୬୫, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୩୧ ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୩୯, ଗଜପତି ଜିଲ୍ଲାରୁ ୮, ଗଞ୍ଜାମ ଜିଲ୍ଲାରୁ ୨୬୭, ଜଗତସିଂହପୁର ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୬୦, ଝାରସୁଗୁଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଜିଲ୍ଲାରୁ ୩୯, କନ୍ଧମାଳ ଜିଲ୍ଲାରୁ ୧୭୯, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯, କେନ୍ଦୁଝର ଜିଲ୍ଲାରୁ ୨୩, କୋରାପୁଟ ଜିଲ୍ଲାରୁ ୯୭, ମାଲକାନଗିରି ଜିଲ୍ଲାରୁ ୬୪, ମୟୂରଭଞ୍ଜ ଜିଲ୍ଲାରୁ ୩୭, ନବରଙ୍ଗପୁର ଜିଲ୍ଲାରୁ ୧୮, ନୟାଗଡ଼ ଜିଲ୍ଲାରୁ ୫୬, ନୂଆପଡ଼ା ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୭୭, ରାୟଗଡ଼ା ଜିଲ୍ଲାରୁ ୫୫ ସମ୍ବଲପୁର ଜିଲ୍ଲାରୁ ୩୮, ସୋନପୁର ଜିଲ୍ଲାରୁ ୫୭ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଏମାନଙ୍କ ମଧ୍ୟରୁ ୩୬ ହଜାର ୪୭୯ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ୧୫ ହଜାର ୮୦୭ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ରେକର୍ଡ ୪୦ ହଜାର ୭୧୧ ଟେଷ୍ଟ ହୋଇଛି । କେବଳ ଅଗଷ୍ଟ ମାସର ୧୩ ଦିନରେ ୨୦ ହଜାର ୮୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/24-8.jpg)