ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ । ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ ।

294
କନକ ବ୍ୟୁରୋ : ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ । ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ । ବନ୍ୟ ପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ କୋଭିଡ କଟକଣା ପାଳନ କରାଯିବ ।
ଗାଇଡଲାଇନ ଅନୁସାରେ ବଡ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ୧୫ ଶହ ପର୍ଯ୍ୟଟକ ଛୋଟ ପ୍ରାଣୀ ଉଦ୍ୟାନକୁ ୭୫୦ ଓ ସବୁଠାରୁ ଛୋଟ ବା ହରିଣ ପାର୍କକୁ ସର୍ବାଧିକ ୩୦୦ ପର୍ଯ୍ୟଟକ ଯାଇପାରିବେ । ଏହାସହ ପର୍ଯ୍ୟଟକମାନଙ୍କୁ ଅନଲାଇନରେ ଟିକେଟ ମିଳିବ ।
ବିନା ମାସ୍କରେ ପର୍ଯ୍ୟଟକମାନଙ୍କୁ ଚିଡିଆଖାନା ଭିତରକୁ ଛଡାଯିବ ନାହିଁ । ଜର, ଥଣ୍ଡା ଓ କାଶ ଥିଲେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏହାସହ ପ୍ରବେଶ ଦ୍ୱାରରେ ଦେହର ତାପମାତ୍ରା ମଧ୍ୟ ମପାଯିବ । ବରିଷ୍ଠ ନାଗରିକ ଓ ଶିଶୁ ମାନଙ୍କୁ ଚିଡିଆଖାନା ନ ବୁଲିବା ପାଇଁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ଖୋଲିବ ବୋଲି ଘୋଷଣା କରାଯାଇଥିଲା । ଏହାସହ ୪ ତାରଖରେ ଚନ୍ଦକା ଅଭୟାରଣ୍ୟ ଖୋଲିବ ବୋଲି ସୂଚନା ମିଳିଛି । ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରାଯିବ ବୋଲି କୁହାଯାଇଥିଲା । ହେଲେ ପର୍ଯ୍ୟଟକ କେତେ ଆସିବେ ସେନେଇ ନିଷ୍ପତ୍ତି ହୋଇନଥିଲା । ଆଜି ପର୍ଯ୍ୟଟକ ଅଆସିବା ନେଇ ବନ୍ୟ ପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।