କନକ ବ୍ୟୁରୋ : ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । କେଦାରନାଥରୁ ଧସିଲା ବିଶାଳକାୟ ପଥରଖଣ୍ଡ । ଶନିବାର ସକାଳ ୬ଟାରେ ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି । ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନଥିବା ସୁଚନା ମିଳିଛି । ଘଟଣାସ୍ଥଳରେ ଥିବା ଯାତ୍ରୀମାନେ କିନ୍ତୁ ଭୟଭୀତ ହୋଇଯାଇଥିଲେ । ସେପଟେ ହିମସ୍ଖଳନ ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରୁ କିଭଳି ପାହାଡରୁ ବରଫଖଣ୍ଡ ଧସୁଛି, ତାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଗତ ମାସ ୨୩ରେ ବି କେଦାରନାଥ ମନ୍ଦିର ନିକଟ ପାହାଡରେ ହିମସ୍ଖଳନ ଘଟିଥିଲା । ଗତ ୧୦ ଦିନରେ ଦୁଇ ଥର ପଥର ଖସିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଏହି ଘଟଣା ପରେ ଲୋକେ ୨୦୧୩ରେ ଘଟିଥିବା ବଡ ବିପଦକୁ ମନେପକାଇଛନ୍ତି ।