କନକ ବ୍ୟୁରୋ: ପଦେ କଥା କହିବାକୁ ଶକ୍ତି ନାହିଁ । ହେଲେ ମନ କଥା ବୁଝିପାରନ୍ତି ପ୍ରେମିକା। ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୋଶେଫଙ୍କ ପ୍ରେମ କାହାଣୀ । ଏ ହେଉଛି ଆମେରିକା ଚିକାଗୋରେ ରହୁଥିବା ଦିବ୍ୟାଙ୍ଗ ଜୋସେଫ୍ ୱିଲିୟମ୍ସଙ୍କ କାହାଣୀ । ବିନା ପାଟିରେ ଜନ୍ମ ନେଇଥିବା ଏହି ବ୍ୟକ୍ତିଙ୍କୁ ସମାଜ ଉପେକ୍ଷା କରିଆସିଛି । ହେଲେ ସବୁକିଛିକୁ ଦୂରେଇ ଦେଇ ତାଙ୍କୁ ନିଜର ଜୀବନ ସାଥୀ କରିନେଇଛନ୍ତି ବାନିଆ ନାମକ ଜଣେ ଯୁବତୀ । ଆଉ କେବଳ ସାଥୀ ନୁହେଁ ଜନ୍ମ ଜନ୍ମର ସାଥି ହେବାକୁ ଦେଇଛନ୍ତି ପ୍ରତିଶୃତି ।

Advertisment

କୁହାଯାଏ ପ୍ରେମ ଯଦି ପବିତ୍ର ଓ ସତ୍ୟ ହୁଏ ସେଠି ହାର ମାନେ ଶରୀରିକ, ସାମାଜିକ ସବୁ ପ୍ରତିବନ୍ଧକ । ଆଉ ସେ ପ୍ରେମ ବନ୍ଧନ ସମାଜ ପାଇଁ ପାଲଟିଯାଏ ଏକ ଉଦାହରଣ । ଏପରି ଏକ ଉଦାହରଣ ହେଉଛି ଆମେରିକାର ଚିକାଗୋରେ ରହୁଥିବା ଯୋସେଫ ୱିଲିୟମ୍ସ ଓ ତାଙ୍କ ବାନ୍ଧବୀ ବାବିନାଙ୍କ ପ୍ରେମ କାହାଣୀ ।

ଦୁନିଆଁରେ ଅନେକ ପ୍ରକାରର ଶରୀରିକ ଜଟିଳତା ନେଇ ଜନ୍ମ ନେଇଥାନ୍ତି ଅନେକ । ଏହି ଶରୀରିକ ଜଟିଳତା ପାଇଁ ସେମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ । ସମାଜରେ ସେମାନଙ୍କୁ ଅନେକ ଉପେକ୍ଷାର ସମାନା କରିବାକୁ ପଡିଥାଏ । ତାଙ୍କ ପାଟି ନଥିବାରୁ ତାଙ୍କୁ ଅଧିକାଂଶ ସମୟରେ ଥଟ୍ଟା ପରିହାସର ସମ୍ମୁଖୀନ ହେବାକୁ ପଡିଥାଏ । ଏପରି ସମୟରେ ଅନେକ ନିଜର ଆତ୍ମବିଶ୍ୱାସ ହରାଇ ଆତ୍ମହତ୍ୟାକୁ ବାଛିନେଉଥିବାବେଳେ ଯୋଶେଫ୍ କିନ୍ତୁ ନିଜକୁ ଦୃଢ କରିନେଉଥିଲେ । ତେବେ ଯେତିକି ସଂଘର୍ଷମୟ ତାଙ୍କ ଜୀବନ ସେତିକି ରୋଚକ ତାଙ୍କ ପ୍ରେମ କାହାଣୀ ।

୪୧ ବର୍ଷିୟ ଯୋଶେଫ ପିଲାବେଳୁ ବିରଳ ଅଟୋଫେସିଆଲ ସିଣ୍ଡ୍ରୋମ ରୋଗରେ ପୀଡିତ ଥିଲେ । ଏହି ରୋଗ ଯୋଗୁଁ ତାଙ୍କର ପାଟି ନାହିଁ । ନା ସେ କଥା କହିପାରନ୍ତି ନା କିଛି ଖାଇପାରନ୍ତି । ତାଙ୍କୁ ନିଶ୍ୱାସ ନେବାକୁ ମଧ୍ୟ ସମସ୍ୟା ହେଉଛି ।ଏକ ନଳୀ ସାହାଯ୍ୟରେ ତାଙ୍କୁ କେବଳ ତରଳ ଖାଦ୍ୟ ଦିଆଯାଏ । ଏସବୁ ସମସ୍ୟା ଯୋଗୁଁ ଲୋକେ ତାଙ୍କ ଠାରୁ ଦୂରେଇ ଯାଆନ୍ତି । ହେଲେ ଏସବୁ ଅକ୍ଷମତା ପରେ ବି ଜଣେ ଜୀବନସାଥୀଙ୍କୁ ମନେ ମନେ ଖୋଜୁଥିଲେ ଯୋଶେଫ୍ ।

ଅନେକ ସମାଲୋଚନା ପରେ ବି ନିଜ ଉପରୁ ବିଶ୍ୱାସ ନହରାଇ ବରଂ ବଞ୍ଚିବାକୁ ପ୍ରବଳ ଇଚ୍ଛା ରଖୁଥିବା ଯୋଶେଫଙ୍କ ଡାକ ଯେପରି ଈଶ୍ୱର ଶୁଣିଥô୍ଲେ । ସମୟ କ୍ରମେ ତାଙ୍କର ଦେଖାହୋଇ୍ଥିଲା ବାନିଆ ନାମକ ଜଣେ ଯୁବତୀଙ୍କ ସହ । ୨୦୧୯ରେ ଦେଖାହେବା ପରେ ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା । ଯୋଶେଫ୍ କିଛି କହିପାରୁନଥିଲେ ବି ତାଙ୍କ ମନ କଥା କିନ୍ତୁ ଶୁଣିପାରିଥିଲେ ବାନିଆ । ଦୁହେଁ ୨୦୨୦ରେ ବିବାହ ମଧ୍ୟ କରିଛନ୍ତି । ଦୁହିଁଙ୍କ ଦାମ୍ପତ୍ୟ ଜୀବନ ବେଶ ହସଖୁସିରେ ବିତୁଛି ।

ବିବାହ ପରେ ବି ଦୁହିଁଙ୍କ ଯୋଡି ବେଶି ଦିନ ତିଷ୍ଠି ରହିବ ନାହିଁ ବୋଲି ଲୋକେ କହୁଥିବାବେଳେ ବାନିଆ କିନ୍ତୁ ଆଜୀବନ ତାଙ୍କ ସାଥ୍ ଦେବାକୁ ପ୍ରତିଶୃତି ଦେଇଥିବା କୁହନ୍ତି ଯୋଶେଫ୍ ୱିଲିୟମ୍ସ ।  ଯୋଶେଫଙ୍କ ଏହି ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଥିବାବେଳେ ତାଙ୍କୁ ଶୁଭକାମନା ଜଣାଉଛନ୍ତି ୟୁଜର୍ସ ।