ଚଳିତ ବର୍ଷ କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସବୁଦିନ ପାଇଁ ସମସ୍ତଙ୍କ ମନରେ ସ୍ମରଣୀୟ ହୋଇ ରହିବ । କେରଳର ୧୦୦ବର୍ଷ ଇତିହାସରେ ଏପରି ବନ୍ୟା ହୋଇ ନଥିବା ବେଳେ ଏହାର ପ୍ରଭାବରେ ପ୍ରାୟ ୪୦୦ରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଥିଲେ । ତେବେ, କେରଳବାସୀଙ୍କୁ ଏପରି ପରିସ୍ଥିତିରୁ ମୁକାଳିବା ପାଇଁ ବିଏସ୍ଏଫ୍ ଜବାନଙ୍କ ସହ ଅନେକ ସାଧାରଣ ଲୋକେ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ ।
ଏହି ସମୟରେ ଜଣେ ମତ୍ସ୍ୟଜୀବୀ କିପରି ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ଉଦ୍ଧାର କରିଥିଲେ ତାହାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓ ଭାଇରାଲ ହେବା ପରେ ମତ୍ସ୍ୟଜୀବୀ ଜୟୀସାଲଙ୍କ କାମକୁ ଦେଶର ପ୍ରତି କୋଣରୁ ପ୍ରଶଂସା କରାଯାଇଥିଲା । ଏବେ ତାଙ୍କର ନିଃସ୍ୱାର୍ଥପର ଭାବରେ ଲୋକମାନଙ୍କୁ ସାହାଯ୍ୟ କରିବାର ଇଚ୍ଛାଶକ୍ତିକୁ ସମ୍ମାନ ଜଣାଇଛନ୍ତି ମହିନ୍ଦ୍ରା ମୋଟର୍ସ । ମହିନ୍ଦ୍ରା ମୋଟର୍ସ ତରଫରୁ ତାଙ୍କୁ ମାରାଜୋ କାର୍ ଉପହାର ଆକାରରେ ଦିଆ ଯାଇଥିବା ଜଣା ପଡ଼ିଛି । ଶୁକ୍ରବାର ଏହି କାର୍ର ଚାବି କେରଳର ଅବକାରୀ ମନ୍ତ୍ରୀ ଟିପି ରାମକ୍ରିଷ୍ଣନ ଜୟୀସାଲଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି । ଏହି ଉପହାର ପାଇବା ପରେ ସେ କୌଣସି ଉପହାର ବା ପ୍ରଶଂସା ଶୁଣିବା ପାଇଁ ସେ ଏହା କରି ନଥିଲେ ବୋଲି କହିଛନ୍ତି । ଏବେ ତାଙ୍କୁ ଉପହାର କରାଯାଇଥିବା କାର୍ ଦ୍ୱାରା ସେ ଅଧିକ ଲୋକଙ୍କୁ ସାହାଯ୍ୟ କରି ପାରିବେ ବୋଲି କହିଛନ୍ତି ।
ସୂଚନା ମୁତାବକ, କେରଳ ବନ୍ୟା ସମୟରେ ସେ ଉଦ୍ଧାରକାରୀଦଳଙ୍କୁ ସାହାଯ୍ୟ କରୁଥିବାର ଦେଖା ଯାଇଥିଲା । ଲୋକମାନଙ୍କୁ ଉଦ୍ଧାରକାରୀ ଡ଼ଙ୍ଗାକୁ ଚଢ଼ାଇବା ପାଇଁ ସେ ନଇଁ ପଡ଼ି ନିଜ ପିଠି ଦେଖାଇଥିଲେ । ଯାହା ପରେ ଲୋକମାନେ ସୁବିଧାରେ ଡ଼ଙ୍ଗା ଉପରକୁ ଉଠି ପାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/social-maine-1536503805.jpg)
/kanak/media/post_attachments/wp-content/uploads/2018/09/new-project-1536503723_1100x513.jpg)