କନକ ବ୍ୟୁରୋ : ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଯେଉଁ ବ୍ୟକ୍ତି ଗାଡିରେ ବିସ୍ଫୋରକ ରଖି ଆଣ୍ଟିଲିଆ ପାଖକୁ ଆସିଥିଲା। ସେହି ବ୍ୟକ୍ତିର ଫଟୋ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇ ଯାଇଥିଲା। ଏହି ସିସିଟିଭି ଜରିଆରେ ଅଭିଯୁକ୍ତକୁ ଦେଖିବାକୁ ମିଳିଥିଲେ ହେଁ, ପିପିଇ କିଟ୍ ପିନ୍ଧିଥିବାରୁ ତାର ପରିଚୟ ଜଣାପଡ଼ୁନାହିଁ।
ପ୍ରକାଶିତ ରିପୋର୍ଟ ମୁତାବକ, ସନ୍ଦିଗ୍ଧ ଏକ ସ୍କର୍ପିଓରେ ବିସ୍ଫୋରକ ରଖି ମୁକେଶ ଅମ୍ବାନୀଙ୍କ ବଙ୍ଗଳା ଆଣ୍ଟିଲିଆର ୫୦୦ ମିଟର ଦୂରରେ ପାର୍କିଙ୍ଗ୍ କରିଥିଲା। ତା’ପରେ ସ୍କର୍ପିଓ ଡ୍ରାଇଭର ଇନୋଭାରେ ଫେରାର ହୋଇଯାଇଥିଲା। ଇନୋଭା କାର୍ ସ୍କର୍ପିଓ ଡ୍ରାଇଭରକୁ ମୁଲୁଣ୍ଡ ଟୋଲ୍ ଗେଟ୍ ପାର୍ କରିବା ପରେ ପୁଣି ଆଣ୍ଟିଲିଆ ପାଖକୁ ଆସିଥିଲା।
ରାତି ୩ଟା ୫ ମିନିଟରେ ଇନୋଭା ମୁଲୁଣ୍ଡ ପାର କରିଥିଲା। ସେହି ଇନୋଭା କାର୍ ଡ୍ରାଇଭର ଗାଡି ନମ୍ବର ପୁଣି ବଦଳାଇ ସକାଳ ପାଖାପାଖି ୪ଟା ସମୟରେ ଇନୋଭାକୁ ପୁଣି ମୁଲୁଣ୍ଡ ଟୋଲ ଗେଟ ପାର କରାଇ ମୁମ୍ବାଇ ଆସିଥିଲା।
କେବଳ ଏତିକି ନୁହେଁ, ୪ଟା ୩୫ ମିନିଟରେ ଇନୋଭା ଡ୍ରାଇଭର ସ୍କର୍ପିଓ ପାଖରେ ପହଞ୍ଚିଥିଲା। ସନ୍ଦିଗ୍ଧ ସ୍କର୍ପିଓ ଗାଡି ଚେକ୍ କରି ପୁଣି ସେଠାରୁ ବାହାରି ଯାଇଥିଲା । ସକାଳ ପାଖାପାଖି ୫ଟା ୧୮ ମିନିଟରେ ମୁଣ୍ଡୁଳି ଟୋଲ ଗେଟ୍ ପାର କରିଥିଲା। ଅଭିଯୁକ୍ତ ନିଜ ପରିଚୟ ଲୁଚାଇବାକୁ ପାଇଁ ପିପିଇ କିଟ୍ ପିନ୍ଧିଥିଲା। କୁହାଯାଉଛି କି ସେ ପିପିଇ କିଟ ପିନ୍ଧି ଇନୋଭା ଚଲାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Photo-Captured-of-a-Man-Who-Kept-Bomb-Near-Ambani-House_Thumbnail-750x430.jpg)