ପଇଡ ବ୍ୟବସାୟୀଙ୍କୁ ଅସହ୍ୟ ହେଲା ଜୀବନ ଯନ୍ତ୍ରଣା : ଆତ୍ମହତ୍ୟା କରିବାକୁ ଗଛକୁ ଚଢ଼ିଗଲେ; ଉଦ୍ଧାରକାରୀ ଦଳକୁ କଲେ ନାକେଦମ୍

327

କନକ ବ୍ୟୁରୋ : ପଇଡ ବ୍ୟବସାୟୀଙ୍କୁ ଅସହ୍ୟ ହେଲା ଜୀବନ ଯନ୍ତ୍ରଣା । ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତିି ନେଇ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଠିକଣା ବେଳେ ପହଁଚି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଦମକଳ ବାହିନୀ । ଆଉ ଅଳ୍ପକେ ରକ୍ଷା ପାଇଗଲା ଜୀବନ ।

ରାଉରକେଲାରୁ ଆସିଛି ଏପରି ଏକ ଚିତ୍ର । ରାଉରକେଲା ମୁଣ୍ଡା ମାର୍କେଟ ଛକରେ ପଇଡ ବିକ୍ରି ପରିବାର ପ୍ରତିପୋଷଣ କରନ୍ତି ରମେଶ । କିନ୍ତୁ ସ୍ଥାନୀୟ ବ୍ୟବସାୟୀ ଓ ଅଟୋ ଚାଳକଙ୍କ ଦୌରାତ୍ମ୍ୟ ସହି ନପାରି ସେ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି । ଉଦ୍ଧାର ପରେ ତାଙ୍କୁ ରାଉରକେଲା ଆଇଜିଏଚରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି ।