କନକ ବ୍ୟୁରୋ: ଅନେକ ସମୟରେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ହଇରାଣ ହରକତ ହେଉଥିବା ଖବର ଆପଣ ଦେଖିଛନ୍ତି । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ମାନବିକତାକୁ ଲଜ୍ଜା କଲା ଭଳି । ଜଣେ ନାବାଳକ ଦାଦନ ଶ୍ରମିକ ଉପରେ ଠିକାଦାର କେତେ ନିଷ୍ଠୁର ହୋଇପାରେ, କାମ ଆଦାୟ କରିବା ପରେ କେତେ ତଳକୁ ଖସିଯାଇପାରେ । ଭାଇରାଲ ହେଉଥିବା ଭିଡିଓ ଦେଖିଲେ ତାହା ସ୍ପଷ୍ଟ ଜଣାପଡୁଛି ।
ନାବାଳକ କାମ କରିବାକୁ ମନା କରୁଥିବା ବେଳେ ଶ୍ରମିକ ସର୍ଦ୍ଦାର ପାଇପରେ ମାଡ ମାରୁଥିବା ଦେଖିବାକୁ ମିଳିଛି । କାମ କରିବାକୁ ବାଧ୍ୟ କରିବା ପରେ ବି ନାବାଳକ ଜଣକ ମନା କରିବାରୁ ଶ୍ରମିକ ସର୍ଦ୍ଦାର ତାକୁ ପାଇପରେ ମାଡ ମାରିଛନ୍ତି । ଭାଇରାଲ ଭିଡିଓରେ ମାଡ ମାରୁଥିବା ସର୍ଦ୍ଦାର ଜଣକ କଂଟାବାଞ୍ଝିଂ ଅଂଚଳର ରାଜା ଖାଁ ବୋଲି ଚିହ୍ନଟ ହୋଇଛି । ତେବେ ଏହି ଭିଡିଓ କେବେ ସୁଟ ହୋଇଥିଲା ଜଣ ପଡି ନାହିଁ । ସେହିପରି ଏହି ଦୃଶ୍ୟ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଥିବା ବେଳେ ନାବାଳକଙ୍କ ପରିଚୟ ମଧ୍ୟ ଜଣାପଡି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/vlcsnap-2021-04-07-16h37m18s246.png)