ସ୍ୱାମୀ ଗୋଟାଏ ହେଲେ ପତ୍ନୀ ଅନେକ ! ସିନେମାରୁ ପ୍ରଭାବିତ ହୋଇ କଲେ ୯ ଜଣଙ୍କୁ ମହିଳାଙ୍କୁ ବିବାହ ।

Advertisment
ସ୍ୱାମୀ ଗୋଟାଏ ହେଲେ ପତ୍ନୀ ଅନେକ ! ସିନେମାରୁ ପ୍ରଭାବିତ ହୋଇ କଲେ ୯ ଜଣଙ୍କୁ ମହିଳାଙ୍କୁ ବିବାହ ।

source : News18.com

ବଲିଉଡ୍ ସିନେମାରେ ଜଣେ ସ୍ୱାମୀ ପରିସ୍ଥିତିରେ ପଡି ଏକରୁ ଅଧିକ ଝିଅଙ୍କୁ ବିବାହ କରିଥିବାର ଦୃଶ୍ୟ ଆପଣ ଦେଖିଥିବେ । କିନ୍ତୁ ବାସ୍ତବ ଜୀବନରେ ଏଭଳି କରିବା ପାଇଁ କେହି ଚିନ୍ତା ମଧ୍ୟ କରିପାରିବେ ନାହିଁ । କିନ୍ତୁ ସିନେମାର ପ୍ରଭାବ ଆମ ବାସ୍ତବ ଜୀବନରେ ଏମିତି ପଡିଲାଣି ଯେ ଏହାକୁ କପି କରିବାକୁ ଚେଷ୍ଟା କରି ଆମେ ଅସୁବିଧାରେ ପଡିଥାଉ । ଏହାଛଡା ଲୋକଲଜ୍ଜା, ନିରୀହ ଜୀବନଙ୍କୁ ନଷ୍ଟ କରି ଆମେ ଏହାର ଫଳ ଓଲଟା ହିଁ ପାଇଥାଉ । ଏଭଳି ଏକ ସମସ୍ୟାରେ ଏବେ ପଡିଛନ୍ତି ରାଜସ୍ଥାନର ଚିତ୍ରୋଡଗଡଠାରେ ରହୁଥିବା ସମୀର ଅହମ୍ମଦ । publive-imageସମୀର ଜୀବନକାଳ ମଧ୍ୟରେ ୯ ଜଣଙ୍କୁ ବିବାହ କରି ଏବେ ଫସିଯାଇଛନ୍ତି ଏବଂ ହସର କଥା ଏହା ହେଉଛି ଯେ ସମୀର ନିଜର ସବୁ ପତ୍ନୀଙ୍କୁ ସଂଖ୍ୟାରେ ଡାକୁଥିଲା ଏବଂ ସମସ୍ତେ ସମୀରଙ୍କ କଥାକୁ ମଜା ବୋଲି ଭାବୁଥିଲେ । ଏହି କଥା ସେତେବେଳେ ସାମ୍ମାକୁ ଆସିଲା ଯେତେବେଳେ ପତ୍ନୀ ନମ୍ବର ସାତଙ୍କ ପାଖକୁ ଫେସବୁକ୍ ସାଇଟରେ ଏକ ଫ୍ରେଣ୍ଡ ରିକ୍ୟୁଷ୍ଟ ଆସିଲା ଏବଂ କଥାହେବା ସମୟରେ ଜଶାପଡିଲା ଯେ ସେ ପୂର୍ବରୁ ବିବାହିତ ଏବଂ ଛଳନା କରି ସେ ଦୁହିଁଙ୍କ ସହ ଛଳନା କରିଛନ୍ତି । ଫ୍ରେଣ୍ଡ ରିକ୍ୟୁଷ୍ଟ ପଠାଇଥିବା ମହିଳା ଜଣକ ହେଲେ ପତ୍ନୀ ନମ୍ବର ନଅ । ସମୀରକୁ ପତ୍ନୀ ଘରକୁ ଡାକିବା ପରେ ପୋଲିସକୁ ଏହାର ଖବର ଦେଇଥିଲେ । ଥାନାରେ ପଚରାଉଚରା କରିବା ପରେ ଜଣାପଡିଲା ସମୀର କେବଳ ଦୁଇଟି ନୁହଁ ବରଂ ନଅଟି ବିବାହ କରିଛନ୍ତି । publive-imageସମୀରଙ୍କ ପ୍ରଥମ ବିବାହ ୨୦୦୪ ମସିହାରେ ଅନୁଷ୍ଠିତ ହୋଇଥିଲା । ଅଳସୁଆ ସ୍ୱଭାବ ରଖୁଥିବା ସମୀରଙ୍କୁ କାମ କରିବା ପାଇଁ ଆଦୌ ଭଲ ଲାଗୁନଥିଲା ଏବଂ ମୁଣ୍ଡରେ ପତ୍ନୀ,ତିନୋଟି ସନ୍ତାନ ଏବଂ ବୁଢୀ ମା’ର ବୋଝ ଥିଲା । ତେଣୁ ସେ ଏଭଳି ଏକ ଉପାୟ ପାଞ୍ଚିଲେ ଯାହାଦ୍ୱାରା ତାଙ୍କୁ ଆର୍ଥିକ ସ୍ଥରରେ କୌଣସି ଅସୁବିଧାର ସାମ୍ମା କରିବାକୁ ପଡିବ ନାହିଁ । ତେଣୁ ସେ ମାଟ୍ରିମୋନିଆଲ,ଫେସବୁକ୍ ଆଦି ବ୍ୟବହାର କରି କର୍ମଜୀବୀ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ କଲେ ଏବଂ ତାଙ୍କ ପଇସାରେ ଅଏସ୍ କଲେ । ୨ ନମ୍ବର ପତ୍ନୀଙ୍କଠାରୁ ଟଙ୍କା ଆଣି ୩ ନମ୍ବରକୁ ଦେଉଥିଲେ ଏବଂ ୩ ରୁ ୪ ଏଭଳି ପ୍ରକ୍ରିୟା ପ୍ରାୟ ୧୪ ବର୍ଷ ଧରି ଚାଲୁରହିଥିଲା । ଶେଷରେ ୭ ନମ୍ବର ଏବଂ ୯ ନମ୍ବର ପତ୍ନୀଙ୍କ ଉଦ୍ୟମରେ ସମୀରକୁ ଗିରଫ କରାଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe