ୟୁକ୍ରେନର ନୋବୈାକ୍ରେଇଙ୍କା ସହରରେ ଏମିତି ଏକ ମାମଲା ସାମନାକୁ ଆସିଛି । ଯାହା ସାରା ଦୁନିଆକୁ ହତବାକୁ କରିଦେଇଛି । ଜଣେ ଲୋକ ନିଜର ୪ବର୍ଷୀୟ ପୁଅକୁ ଏକ ଯନ୍ତା ଭିତରେ ଭର୍ତ୍ତି କରି ତାକୁ ଭୋକରେ ମାରିବାକୁ ଚାହୁଁଥିଲା କାହିଁକିନା ତାକୁ ସନ୍ଦେହ ଥିଲା କି ସେ ନିଜର ସନ୍ତାନ ନୁହେଁ । ମାରିବାର ଯେଉଁ ଉପାୟ ଆପଣାଇଲା, ତାହା ବହୁତ କ୍ରୁର ଥିଲା । ସେ ଶିଶୁକୁ ଏକ କାଠରେ ତିଆରି ଯନ୍ତାରେ ବନ୍ଦ କରିଦେଇଥିଲା ଓ ତାକୁ ଖାଇବା ଦେଉନଥିଲା । ଶିଶୁଟି ମରି ମରି ବଂଚୁଥିଲା ।
ସେହି ପରିବାର ରହସ୍ୟ ଘେରରେ ଥିଲା । ଯେତେବେଳେ ପଡୋଶୀମାନେ ଶିଶୁକୁ ଦେଖିବାକୁ ପାଇଲେ ନାହିଁ, ସେମାନଙ୍କୁ ସନ୍ଦେହ ହେଲା । ତା’ପରେ ପୁଲିସ ଘରେ ଛାପା ମାରିବା ପରେ ଗମ୍ଭୀର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କଲା । ସେ ଶିଶୁଟି ହଲିପାରୁନଥିଲା । ତା ଓଜନ କମି ୭କିଲୋ ହୋଇଯାଇଥିଲା । ସାରା ଶରୀରର ହାଡ ଜଣାପଡୁଥିଲା । ଶରୀରରେ ମାଂସ ଟିକେ ବି ନଥିଲା । ପୁଲିସ ଏହି ଦୃଶ୍ୟ ଦେଖି ତୁରନ୍ତ ସେହି ବ୍ୟକ୍ତିଙ୍କୁ ଗିରଫ କରିନେଲା । ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/a1684ac800b74e84a2c1ad7057024de1.jpg)
/kanak/media/post_attachments/wp-content/uploads/2019/02/father-attempt-to-kill-son-bottom-300x225.jpg)