ନା ଅଛି ଘର ନା ହିଁ ଅଛି ଦୋକାନ...କିନ୍ତୁ ମନରେ ଭରିରହିଛି ଅଦମ୍ୟ ବିଶ୍ୱାସ..ପେଟପାଟଣା ପାଇଁ ପଶ୍ଚିମବଙ୍ଗରୁ ଓଡିଶା ଧାଇଁଆସିଛନ୍ତି ସହଦେବ

Advertisment
ନା ଅଛି ଘର ନା ହିଁ ଅଛି ଦୋକାନ...କିନ୍ତୁ ମନରେ ଭରିରହିଛି ଅଦମ୍ୟ ବିଶ୍ୱାସ..ପେଟପାଟଣା ପାଇଁ  ପଶ୍ଚିମବଙ୍ଗରୁ ଓଡିଶା ଧାଇଁଆସିଛନ୍ତି ସହଦେବ

କନକ ବ୍ୟୁରୋ: ମୁଣ୍ଡ ଗୁଂଜିବାକୁ ନିଜର ଖଣ୍ଡେ ଘର ନାହିଁ କି ପେଟ ପୋଷିବା ପାଇଁ ଦୋକାନଟିଏ ବି ନାହିଁ ଏବଂ ପାଠ ବି ପଢି ନାହାନ୍ତି । ମନରେ କିନ୍ତୁ ରହିଛି ରୋଜଗାର କରିବାର ଅଦମ୍ୟ ଇଚ୍ଛା । ଆଉ ମନରେ ଏହି ଇଚ୍ଛାକୁ ବାନ୍ଧି ପଶ୍ଚିମବଙ୍ଗରୁ ଓଡିଶା ଧାଇଁଆସିଛନ୍ତି ସହଦେବ ମଣ୍ଡଳ ।

କାମାକ୍ଷାନଗର ଅଂଚଳରେ ବୁଲି ବୁଲି ଏବେ ଚା’ ବେପାର କରୁଛନ୍ତି ସହଦେବ । ତାଙ୍କଠାରୁ ଯିଏ ଥରେ ଚା’ ପିଇଛି ସେ ରାତି ପାହିଲେ ମନେ ପକାନ୍ତି ସହଦେବଙ୍କୁ । କେତେବେଳେ କେଉଁଠି କାହାର ଚା’ ଦରକାର ସେଠାରେ ସେ ପହଂଚି ଚା’ ଦେଇଥାନ୍ତି । ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବ୍ୟବସାୟୀ ଅନୁଷ୍ଠାନ ସବୁଠି ସହଦେବଙ୍କ ଚା’ର ଆଦର ରହିଛି । ତାଙ୍କ ବ୍ୟବସାୟ ସରଂଜାମ କହିଲେ ଦୁଇଟି ବାଲ୍ଟି, ଗୋଟିଏ ଚା’ କେଟିଲ୍ ଓ ଗୋଟିଏ ଷ୍ଟୋଭ୍ । ଭୋରରୁ ଉଠି ଲେମନ ଚା’ ତିଆରି କରି ବାଲ୍ଟିରେ ଥିବା ଷ୍ଟୋଭ୍ ଉପରେ କେଟିଲ ଧରି ଚା’ ବିକ୍ରି କରିବାକୁ ବାହାରିପଡନ୍ତି ସହଦେବ ।

ସକାଳୁ ରାତି ୮ଟା ଯାଏଁ ସହରରେ ବୁଲି ସହଦେବ ପ୍ରାୟ ୭ ଶହରୁ ୮ ଶହ ଟଙ୍କା ବେପାର କରିଦିଅନ୍ତି । ଯାହା ଲାଭ ହୁଏ ତାକୁ ସଂଚୟ କରି ପ୍ରତି ୨ମାସରେ ଥରେ ଘରକୁ ଯାଆନ୍ତି ସହଦେବ । ତେବେ ସହଦେବଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିବାଦ ଅଂଚଳରେ । ପ୍ରାୟ ୫ ବର୍ଷ ହେଲା ସେ କାମାକ୍ଷାନଗର ଅଂଚଳରେ ଏହି ଚା’ ବେପାର କରିଆସୁଛନ୍ତି । ଆରମ୍ଭରୁ ଅଦ୍ୟାବଧି ଚା’ କପର ମୂଲ୍ୟ ୫ଟଙ୍କା ରଖିଛନ୍ତି । ସେ ପାଠପଢି ନାହାନ୍ତି । ତେଣୁ ପେଟ ପୋଷିବା ଆଶାରେ ଏହି ବ୍ୟବସାୟକୁ ଆଦରି ନେଇଛନ୍ତି । ସେ ଓଡିଶା ଆସି ପ୍ରଥମେ କେନ୍ଦ୍ରାପଡାର ରାଜନଗରରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଏବେ କାମାକ୍ଷାନଗରରେ ବ୍ୟବସାୟ ଜାରି ରଖିଛନ୍ତି । ଘରେ ତାଙ୍କର ବାପା, ମା, ସ୍ତ୍ରୀ ଓ ଗୋଟଏ ପୁଅ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe