ମରଣ ମୁହଁରୁ ଟାଣିଆଣିଲା ସାଙ୍ଗ : ଡ଼୍ୟାମରେ ଗାଧୋଉଥିବା ସମୟରେ ସାଙ୍ଗ ଉପରକୁ ଆକ୍ରମଣ କଲା କୁମ୍ଭୀର , ନିଜ ଜୀବନକୁ ବାଜି ଲଗାଇ ବନ୍ଧୁ ପାଇଁ କୁମ୍ଭୀର ସହ ଲଢିଲା ବନ୍ଧୁ । ଦେଖନ୍ତୁ ଭିଡିଓ

3,537

ସଂକଟଠାରୁ ଅଧିକ ଶକ୍ତିଶାଳୀ ହେଉଛି ବନ୍ଧୁତାର ସମ୍ପର୍କ । ବିପଦ ବେଳେ ବାଡ଼ ହୋଇ ଆଗରେ ଯିଏ ଠିଆ ହୁଏ ତାକୁ ହିଁ ତ କହିବା ପ୍ରକୃତ ବନ୍ଧୁ । ତେବେ ଆଜିକାର ସ୍ୱାର୍ଥପର ଦୁନିଆରେ ମଧ୍ୟ ନିସ୍ୱାର୍ଥପର ସଂପର୍କ ଖୋଜିବା ମରୁଭୂମିରେ ପାଣି ଖୋଜିବା ଭଳି । କିନ୍ତୁ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ବନ୍ଧୁତା ଉପରେ ବିଶ୍ୱାସ ଅଧିକ ବଢିଯାଉଛି । ନିକଟରେ ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓଟି ଭୋପାଳର … ଏଠାରେ ରହୁଥିବା ୨ ଜଣ ସାଙ୍ଗ ଅମିତ୍ ଏବଂ ଗଜେନ୍ଦ୍ର କାଳିୟାସୋତ୍ ଡ୍ୟାମ୍ କୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବା ସମୟରେ ଅମିତଙ୍କ ଉପରକୁ ଏକ କୁମ୍ଭୀର ଆକ୍ରମଣ କରିଥିଲା । ସେତେବେଳେ ସାଙ୍ଗରେ ଥିବା ଗଜେନ୍ଦ୍ର ଯାଦବ ନିଜ ଜୀବନକୁ ଖାତିର୍ ନକରି କୁମ୍ଭୀର ସହ ଲଢି ଅମିତଙ୍କ ଜୀବନ ବଂଚାଇଥିଲେ ।

ବର୍ତ୍ତମାନ ଅମିତ୍ ଭୋପାଳର ଶାରଦା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କୁମ୍ଭୀର ଆକ୍ରମଣ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିଲେ ହେଁ ଡ଼ାକ୍ତରଙ୍କ କହିବାନୁସାରେ ସେ ଖୁବଶୀଘ୍ର ଭଲ ହୋଇଯିବେ । ତେବେ ଗଜେନ୍ଦ୍ରଙ୍କ ଏଭଳି କାମକୁ ଏବେ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି ।