କ୍ୱାଲାଲମପୁର : ମାଲେସିଆର ଏକ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ କରିଛିି ତାଜୁବ୍ । ଯାହାକୁ ଜାଣିଲେ ଆପଣ ବିଶ୍ୱାସ ବି କରିବେ ନାହିଁ । କିନ୍ତୁ ଏହା ସତ । ମାଲେସିଆର ଜଣେ ବ୍ୟକ୍ତି ନିଜ ଝିଅର କରିଛି ଭବିଷ୍ୟତ ନଷ୍ଟ । ୬ଶହରୁ ଅଧିକ ଥର ଯୌନ ଶୋଷଣର କରିବାର ଆରୋପ ଲାଗିଛି ଏହି ବ୍ୟକ୍ତି ନାଁରେ । ଏହି ମାମଲାରେ ନିର୍ଦ୍ଦୟୀ ବାପା ବିରୋଧରେ କେସ୍ ଦାୟର ହୋଇଛି ।

ସେଠାର ଅଧିକାରୀଙ୍କ କହିବାନୁସାରେ , ଯଦି ଏହି ମାମଲା ସତ୍ୟ ସାବ୍ୟସ୍ତ ହୁଏ ,ତେବେ ଏହି ବ୍ୟକ୍ତିଙ୍କୁ ୧୨ହଜାର ବର୍ଷର ଜେଲ୍ ଦଣ୍ଡ ହୋଇପାରେ । ଏଏଫପି ଅନୁସାରେ , କୋର୍ଟର ଅଧିକାରୀଙ୍କୁ ଏହି ୩୬ ବର୍ଷୀୟ ଅପରାଧିର ୬୨୬ ଚାର୍ଜ ପଢିବାରେ ୨ଦିନର ସମୟ ଲାଗିଥିଲା । ଏହି ଦୋଷୀ ଜଣକ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି । ଏହି ବ୍ୟକ୍ତିଙ୍କ ଉପରେ ଯେତେ କେସ୍ ଲାଗିଛି , ଏମାନଙ୍କ ଭିତରେ କେସରେ ସେ ନିଜ ୧୫ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବାର ମାମଲା ରହିଛି ଏବଂ ଅନ୍ୟ ସବୁ ମାମଲା ମଧ୍ୟ ଏହି ପ୍ରକାରର ଦୁଷ୍କର୍ମ , ସେକ୍ସ କ୍ରାଇମ୍ ଆଦି ଅଟେ ।

ଏହି ବ୍ୟକ୍ତି ଜଣକ କୋର୍ଟର ଶୁଣାଣୀ ବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହିଛି । କିନ୍ତୁ ଏବେ କୋର୍ଟରେ ଏହି ବ୍ୟକ୍ତିଙ୍କର ଟ୍ରାଏଲ୍ ଚାଲିବ । ସେହି ବ୍ୟକ୍ତିଙ୍କ ବେଲ୍ କୁ ବି କୋର୍ଟ ଖାରଜ କରିଦେଇଛି । ସୂଚନା ଯେ , ମାଲେସିଆର ଆଇନ ଅନୁସାରେ ଗୋଟିଏ ଥର ଅପ୍ରାକୃତିକ ସେକ୍ସ ଅଥବା ଦୁଷ୍କର୍ମ ଆରୋପରେ ବ୍ୟକ୍ତିଙ୍କୁ ଅତିବେଶୀରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥାଏ । ଏହା ଚକିତ କଲାଭଳି କଥା ଯେ, ଏହି ବ୍ୟକ୍ତିଙ୍କ ଉପରେ ନିଜ ଝିଅକୁ ଦୁଷ୍କର୍ମ କରିବା ମାମଲା ସହ ଅନ୍ୟ ଯୌନ ଶୋଷଣ ମାମଲା ବି ରହିଛି । ସୂଚନା ଅନୁସାରେ ପୀଡିତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ଗତ ୨୬ ଜୁଲାଇରେ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ।  (ସୈାଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ )