କନକ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉକ୍ରଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନା ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଆଜି ପ୍ରାୟ ୫.୧୫ରେ ଏହି ଘଟଣା ଘଟିଥିଲା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲା । ତେବେ ୫୦ରୁ ୧୦୦ ମିଟର ଦୂରରେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଭୟରେ କିଛି ସମୟ ପାଇଁ ଯାତ୍ରୀମାନେ ଓହ୍ଲାଇପଡିଥିଲେ । ତେବେ କାହାର କିଛି କ୍ଷତି ହୋଇନାହିଁ । ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ପ୍ରାୟ ଏକଘଂଟା ପରେ ଋଷିକେଶ ଅଭିମୁଖେ ଯାତ୍ରା କରିଛି ।
ଅଳ୍ପକେ ବର୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା। ବିଳାସପୁର ଜଙ୍କସନର କିଛି ଦୂରରେ ଗୋଟିଏ ଟ୍ରାକରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଓ ଅନ୍ୟ ଟ୍ରେନ
/kanak/media/post_attachments/wp-content/uploads/2023/08/vlcsnap-2023-08-26-21h33m15s254.png)